www.samajalive.in
Monday, December 15, 2025
26.1 C
Bhubaneswar

ଇଣ୍ଡିଜ୍‌କୁ ହରାଇଲା ବାଂଲାଦେଶ

ଟଣ୍ଟନ୍: ଚଳିତ ବିଶ୍ବକପ୍‌ରେ ବାଂଲାଦେଶର ସାକିବ୍ ଅଲ୍‌ ହାସନ୍ ଚମତ୍କାର ବ୍ୟାଟିଂ ଫର୍ମ ଜାରି ରଖିଛନ୍ତି। ଏହି ବିଶ୍ବକପ୍‌ର ସର୍ବାଧିକ ରନ୍‌ ସ୍କୋରର ସାକିବ୍ ବ୍ୟକ୍ତିଗତ ୨ୟ ଶତକ ହାସଲ କରିବାରୁ ସୋମବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଛି ବାଂଲାଦେଶ। ସାକିବ୍ ଓ ଲିଟନ୍ ଦାସ ଏପରି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଯେ ୩୨୨ ରନ୍‌ର ପିଛା କରୁଥିବା ବାଂଲାଦେଶ ଆହୁରି ୮.୩ ଓଭର ବାକିଥାଇ ସହଜରେ ୭ ୱିକେଟରେ ଜିତିବାରେ ସଫଳ ହୋଇଛି। ସାଇ ହୋପ୍‌ଙ୍କ ଲଢ଼ୁଆ ୯୬ ରନ୍‌ର ଇନିଂସ ସହ ଏଭିନ୍ ଲୁଇସ୍ ଓ ସିମ୍ରନ୍ ହେତ୍‌ମେୟର ଅର୍ଦ୍ଧଶତକ ମାରିବାରୁ ପ୍ରଥମେ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍ ୮ ୱିକେଟରେ ୩୨୧ ରନ୍ କରିଥିଲା।

ସାକିବ୍‌ଙ୍କ ଅପରାଜିତ ଶତକ ଓ ଲିଟନ୍ ଦାସଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ବଳରେ ୪୧.୩ ଓଭରରେ ୩ ୱିକେଟ ହରାଇ ବାଂଲାଦେଶ ବିଜୟୀ ହୋଇଥିଲା। ୫ମ ମ୍ୟାଚ୍‌ରେ ୨ୟ ବିଜୟ ପରେ ୫ ପଏଣ୍ଟ ସହ ବାଂଲାଦେଶ ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ୫ମ ମ୍ୟାଚ୍‌ରେ ୩ୟ ପରାଜୟ ପରେ ୱେଷ୍ଟଇଣ୍ଡିଜ୍ ୭ମ ସ୍ଥାନରେ ରହିଛି। ଏହି ମ୍ୟାଚ୍‌ରେ ଦିନିକିଆରେ ସର୍ବାଧିକ ୩୨୨ ରନ୍‌ର ପିଛାକରି ଜିତିବାର କୃତିତ୍ବ ହାସଲ କରିଛ ବାଂଲାଦେଶ। ୨୦୧୫ରେ ସ୍କଟ୍‌ଲାଣ୍ଡ ବିପକ୍ଷରେ ୩୧୯ ରନ୍‌ର ପିଛାକରି ବାଂଲାଦେଶ ଜିତିଥିଲା।

- Advertisement -

ବାଂଲାଦେଶର ଓପ୍‌ନର ଲଢ଼ୁଆ ଢଙ୍ଗରେ ତା’ର ଇନିଂସ ଆରମ୍ଭ କରିଥିଲେ। ଏହାର ଦୁଇ ଓପ୍‌ନର ସୌମ୍ୟ ସରକାର ଓ ତମିମ୍ ଇକ୍‌ବାଲ ୪୯ ବଲ୍‌ରୁ ୫୨ ରନ୍‌ର ଭାଗିଦାରୀ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରଭାବଶାଳୀ ବ୍ୟାଟିଂ କରିଥିବା ବାମହାତି ସୌମ୍ୟ ସରକାର ୨୩ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୯ ରନ୍‌କରି ବିଦାୟ ନେଇଥିଲେ। ଫର୍ମରେ ଥିବା ସାକିବ୍ ଅଲ୍‌ ହାସନ୍ କ୍ରିଜ୍‌କୁ ଆସିବା ମାତ୍ରେ ଷ୍ଟ୍ରୋକ୍ ଖେଳିଥିଲେ। ୨ୟ ୱିକେଟ ପାଇଁ ଅନ୍ୟ ଓପ୍‌ନର ତମିମ୍ ଇକ୍‌ବାଲଙ୍କ ସହ ସାକିବ୍ ୯ ଓଭରରେ ୬୯ ରନ୍ ଯୋଡ଼ିଥିଲେ। ସେଲ୍‌ଡନ କଟ୍ରେଲ୍‌ଙ୍କ ଚମତ୍କାର ଥ୍ରୋ’ରେ ରନ୍‌ଆଉଟ ହେବା ପୂର୍ବରୁ ତମିମ୍ ୫୩ ବଲ୍‌ରୁ ୬ଟି ଚୌକା ସହ ୪୮ ରନ୍ କରିଥିଲେ। ପରବର୍ତ୍ତୀ ଓଭରର ଅଭିଜ୍ଞ ମୁସ୍‌ଫିକୁର ରହିମ୍ ୧ ରନ୍‌କରି ଆଉଟ ହୋଇଥିଲେ। ତେବେ ଚୂଡ଼ାନ୍ତ ଏକାଦଶକୁ ଫେରିଥିବା ଲିଟନ୍ ଦାସ ଲଢ଼ୁଆ ବ୍ୟାଟିଂ କରିଥିଲେ। ଫଳରେ ୨୯ ଓଭରରେ ବାଂଲାଦେଶ ୨୦୦ ରନ୍‌ରେ ପହଞ୍ଚି ଯାଇଥିଲା। ସାକିବ୍ ଓ ଲିଟନ୍ ଅବିଭାଜିତ ୪ର୍ଥ ୱିକେଟ ପାଇଁ ୧୮୯ ରନ୍ ଯୋଗକରି ଦଳକୁ ଜିତାଇଥିଲେ। ସାକିବ୍ ଅଲ୍‌ ହାସନ୍ ଚଳିତ ବିଶ୍ବକପ୍‌​‌େ​‌ର ତାଙ୍କ ୨ୟ ଏବଂ ମୋଟ ୯ମ ଦିନିକିଆ ଶତକ ହାସଲ କରିଥିଲେ। ରୋହିତ ଶର୍ମା ଓ ଜୋ ରୁଟ୍‌ଙ୍କ ପରେ ସାକିବ୍ ଏହି ବିଶ୍ବକପ୍‌ରେ ୨ଟି ଶତକ ମାରିଛନ୍ତି। ସାକିବ୍ ୯୯ ବଲ୍‌ରୁ ୧୬ଟି ଚୌକା ସହ ୧୨୪ ରନ୍‌କରି ଅପରାଜିତ ଥିଲେ। ଲିଟନ୍ ଦାସ ୬୯ ବଲ୍‌ରୁ ୪ଟି ଛକା ଓ ୮ଟି ଚୌକା ସହ ୯୪ ରନ୍‌କରି ଅପରାଜିତ ଥିଲେ। ସାକିବ୍ ଅଲ୍‌ ହାସନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

ବାଂଲାଦେଶ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌ ୧୩ଟି ବଲ୍‌ ଖେଳି ଖାତା ଖୋଲିନପାରି ଆଉଟ ହୋଇଥିଲେ। ପରେ ଅନ୍ୟ ଓପ୍‌ନର ଏଭିନ୍ ଲୁଇସ୍ ଓ ସାଇ ହୋପ୍ ଜଗିରଖି ଖେଳି ୨୧ ଓଭରରେ ୧୧୬ ରନ୍ ଯୋଗ କରିଥିଲେ। ଏହି ଭାଗିଦାରୀରେ ବାମହାତି ଏଭିନ୍ ଲୁଇସ୍‌ଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ଲୁଇସ୍ ୬୭ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୭୦ ରନ୍‌କରି ଆଉଟ ହୋଇଥିଲେ। ଫର୍ମ​‌େ​‌ର ଥିବା ନିକୋଲାସ୍ ପୁରନ୍ ଆସି ଲୁଇସ୍‌ଙ୍କ ସହ ୩୭ ରନ୍ ଯୋଡ଼ିଥିଲେ। ବାମହାତି ପୁରନ୍ ୩୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୫ ରନ୍ କରିଥିଲେ। ତେବେ ୱେଷ୍ଟଇଣ୍ଡିଜ୍‌ର ରନ୍‌ହାରକୁ ଉଠାଇବାରେ ସବୁଠାରୁ ବଡ଼ ଯୋଗଦାନ ଥିଲା ସିମ୍ରନ୍ ହେତ୍‌ମେୟରଙ୍କର। ହେତ୍‌ମେୟର ଓ ସାଇ ହୋପ୍ ୪ର୍ଥ ୱିକେଟ ପାଇଁ ୮୩ ରନ୍ ଯୋଡ଼ିଥିଲେ। ଏଥିରୁ ହେତ୍‌ମେୟରଙ୍କ ଯୋଗଦାନ ଥିଲା ୫୦ ରନ୍। ସେ ମାତ୍ର ୨୬ଟି ବଲ୍‌ ଖେଳି ୩ଟି ଛକା ଓ ୪ଟି ଚୌକା ସହ ଅର୍ଦ୍ଧଶତକ ମାରିଥିଲେ। ଶେଷ ୧୬ ଓଭରରୁ ୱେଷ୍ଟଇଣ୍ଡିଜ୍ ୧୪୭ ରନ୍ କରି ପାରିଥିଲା। ଆ​‌େ​‌ନ୍ଦ୍ର ରସେଲ ବିଫଳତା ଧାରା ଜାରିରଖି ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ଅଧିନାୟକ ଜେସନ୍ ହୋଲ୍‌ଡର ୧୫ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୩ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଶେଷଆଡ଼କୁ ଡ୍ବେନ୍ ବ୍ରାଭୋ ୧୫ ବଲ୍‌ରୁ ୨ଟି ଛକା ସହ ୧୯ ରନ୍ କରିଥିଲେ। ଦୁଇ ପେସ୍ ବୋଲର ମହମ୍ମଦ ସୈଫୁଦ୍ଦିନ୍ ଓ ମୁସ୍ତାଫିଜୁର ରେହ୍‌ମାନ ୩ଟି ଲେଖାଏଁ ଏବଂ ସାକିବ୍ ଅଲ୍‌ ହାସନ୍ ୨ଟି ୱିକେଟ ପାଇଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories