www.samajalive.in
Saturday, December 6, 2025
14.1 C
Bhubaneswar

ହୋଟେଲରେ ବେଆଇନ ମଦ ବେପାର ବୃଦ୍ଧି ଅଭିଯୋଗ

ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର ରାସ୍ତା କଡ ହୋଟେଲଗୁଡିକରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ବଙ୍ଗୋମୁଣ୍ଡା, ଭାଲୁମୁଣ୍ଡା, ଚାନ୍ଦୋତରା ଗ୍ରାମର ରାସ୍ତା କଡ ହୋଟେଲ, ଢାବାଗୁଡ଼ିକରେ ବେଆଇନ ମଦ କାରବାର ଚାଲୁଥିବା ବେଳେ ପୁଲିସ ଓ ଅବକାରୀ ବିଭାଗ ନୀରବ ସାଜିଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ରାସ୍ତା ପାର୍ଶ୍ବର କେତେକ ହୋଟେଲରେ ଅବାଧରେ ମଦ କାରବାର ଚାଲୁଥିବାରୁ ଖାଇବା ବାହାନାରେ ମଦର ଆସର ଜମାଉଛନ୍ତି ମଦ୍ୟପ। ଅଞ୍ଚଳରେ ବ୍ୟାପକ ମଦ କାରବାର ବୃଦ୍ଧି ପାଇଥିବା ବେଳେ ଏହାକୁ ରୋକିବା ଦିଗରେ ପ୍ରୟାସ କରାଯାଉ ନଥିବା ଅଭିଯୋଗ ହେଉଛି। ପୁଲିସ ଜାଣତରେ ଏହି କାରବାର ବଢିବାରେ ଲାଗିଛି। କିଛି ଟଙ୍କା ବଟି ନେବା ସହ ମଦ ବେପାରୀଙ୍କ ଟାର୍ଗେଟ ପୂରଣରେ ଏହି ବେଆଇନ ମଦ ବେପାରୀ ସହାୟକା ହେଉଛନ୍ତି। ତେଣୁ ରାସ୍ତା କଡ଼ ହୋଟେଲଗୁଡ଼ିକ ବେଧଡକ ଭାବେ ମଦ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି। କେବଳ ହୋଟେଲ କି ଢାବା ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ କୁଚିଆ ମଦ ବେପାରୀମାନେ ବେଆଇନ ଭାବେ ମଦ ବେପାରର ପସରା ମେଲାଇଛନ୍ତି। ପୁଲିସ ଓ ଅବକାରୀ ବିଭାଗ ଟାର୍ଗେଟ ଆଳରେ ଓ ବଟି ପାଇ ନଥିବା କାରଣରୁ ଲୋକ ଦେଖାଣିଆ ଭାବେ ଚଢଉ କରି ବାଃ ବାଃ ନେଉଛନ୍ତି। ଆଇନକୁ ମୋଡି ମକଚି ପାରୁଥିବା ପୁଲିସ ଓ ଅବକାରୀ ବାବୁମାନେ ଧରପଗଡ କରି ବେଆଇନ କାରବାର ଚଳାଇଥିବା ବେପାରୀଙ୍କୁ ଜାମିନ ପାଇବାର ସୁବିଧା ବାଟ ବି ଦେଖାଉଥିବା ଅଭିଯୋଗ ହେଉଛି। ଏହା ଫଳରେ ବେଆଇନ ମଦ ବେପାରୀଙ୍କୁ ଖୋଲା ସୁଯୋଗ ମିଳୁଛି ମଦ କାରବାର ଜାରି ରଖିବା ସହ ଅଧିକ ଚଳାଇବା ପାଇଁ। ଏହି ନିଶା କାରବାର ଯୋଗୁଁ ଅଞ୍ଚଳରେ ଅପରାଧୀକ କାର୍ଯ୍ୟ ବୃଦ୍ଧି ପାଉଥିବା ଚିନ୍ତାର ବିଷୟ ହୋଇଛି। ଏପରିକି ବଙ୍ଗୋମୁଣ୍ଡାରେ ପୁଲିସ-ଅବକାରୀ ବିଭାଗ ସହ ବେଆଇନ ମଦ ମାଫିଆଙ୍କର ସନ୍ଧି ହୋଇଥିବାରୁ ବେପାର ଜମୁଛି ଖୋଲାଖୋଲି ଓ ସେମାନଙ୍କ ଉପରେ କୌଣସି ଅଙ୍କୁଶ ନାହିଁ। ଏନେଇ ବିଭାଗର ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ସାଧାରଣରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories