www.samajalive.in
Friday, December 12, 2025
14.1 C
Bhubaneswar

କଂଗ୍ରେସର ବନ୍ଦ ଡାକରା: କଲମପୁରରେ ବନ୍ଦ ହେଲା ଦୋକାନ ବଜାର ସମେତ ଯାନବାହାନ ଚଳାଚଳ

କଲମପୁର: ମହାଲିଙ୍ଗ ସନ୍‍ ସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ଏକ ମାସ ବିତି ସାରିଛି। ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବେ ଜେଲ ହାଜତରେ। କିନ୍ତୁ ଏହି ଘଟଣା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଘଟଣାକୁ ନେଇ ପ୍ରତିଦିନ ବିରୋଧି ବିରୋଧ କରି ଚାଲିଛନ୍ତି। ବିରୋଧି ପ୍ରତିବାଦ କରିବା ସହ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବନ୍ଦ ସାହୁ ସହିତ ରହିଛି ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନିବିଡ ସମ୍ପର୍କ। ଯେଉଁଥିପାଇଁ କ୍ଷମତାର ପ୍ରଭାବ ଯୋଗୁଁ ଏହି ଘଟଣାର ତଦନ୍ତ ଏବେ ଦିଗହରା ହେବାକୁ ଯାଉଛି ବୋଲି ଅଭିଯୋଗ କରି ପ୍ରଦେଶ କଂଗ୍ରେସ କମିଟି ତରଫରୁ ୧୨ ତାରିଖ ଓଡିଶା ବନ୍ଦର ଡାକରା ଦିଆଯାଇଥିଲା। ଏହି ବନ୍ଦ ପାଳନ ବେଳେ ଜବରଦସ୍ତି ଯାନ ବାହାନ ଚଳା ଚଳ କିମ୍ବା ଦୋକାନ ବଜାର ବନ୍ଦ ପାଇଁ ଆନ୍ଦୋଳନକାରୀ ବାଧ୍ୟ କରି ପାରିବେ ନାହିଁ ବୋଲି ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ପାଳନ କରି କଲମପୁର ବ୍ଲକ କଂଗ୍ରେସ କମିଟି ତରଫରୁ କଲମପୁର ବଣିକ ସଂଘକୁ ମମିତାର ନ୍ୟାୟ ପାଇଁ ଦୋକାନ ବଜାର ସମେତ ଯାନ ବାହାନ ଚଳାଚଳକୁ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। ଯାହାକୁ କଲମପୁର ବଣିକ ସଂଘ ତରଫରୁ ସମର୍ଥନ କରାଯାଇଛି। ଶୁକ୍ରବାର ୬ ଘଣ୍ଟିଆ ବନ୍ଦ ପାଳନ ଡାକରାରେ ଦୋକାନ ବଜାରକୁ ସ୍ୱତଃପ୍ରବୃତ ଭାବେ ବନ୍ଦ କରି ଆନ୍ଦୋଳନକୁ ସମର୍ଥନ କରିଥିଲେ। ନିକଟରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଆସିଥିବା ବେଳେ ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବି୍‍ନ୍ଦ ସାହୁର ମୁଖ୍ୟ ସହଯୋଗୀ ଥିବା ମନ୍ତ୍ରୀ କ୍ୟାପଟେନ ମିଶ୍ରଙ୍କୁ ନିଜ ମଂଚରେ ମଂଚାସୀନ କରିଥିବା ଯୋଗୁଁ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଦୋଷୀକୁ ଦଣ୍ଡ ବଦଳରେ ଘଣ୍ଟ ଘୋଡାଉଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ସମପରିମାଣରେ ଦାୟୀ ତେଣୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛି କଂଗ୍ରେସ। ଏହି ଆନ୍ଦୋଳନରେ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସନ୍ତୋଷ ପାଢୀ, ଧର୍ମଗଡର ବରିଷ୍ଠ କଂଗ୍ରେସ ନେତା ରବି ନାଏକ, ପୂର୍ବତନ ସମିତି ଅଧ୍ୟକ୍ଷ ବିପିନ ପ୍ରଧାନୀ, ବ୍ଲକ ଯୁବ କଂଗ୍ରେସର ସଭାପତି ମାଧବ ସୁନାନୀ, ଗଣେଷ ନାଗ, ପବିତ୍ର ବାଗ, ସୁଶାନ୍ତ ବିହାରୀ, ପଦ୍ମ କିଶୋର ନାଏକ, କେଶବ ଶବର, ସୁରେଶ ବାଗ ପ୍ରମୁଖ କର୍ମୀ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ କଲମପୁର ପରିକ୍ରମା କରି ଲୋକଙ୍କୁ ମମିତାର ନ୍ୟାୟ ଦାବୀରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ। ଏହି ବନ୍ଦ ପାଳନ କାରଣରୁ କଲମପୁର ଅଂଚଳର ସମସ୍ତ ଦୋକାନ ବଜାର ସମେତ ସ୍କୁଲ, କଲେଜ ଓ ସରକାରୀ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଥିଲା।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories