www.samajalive.in
Friday, December 12, 2025
23.1 C
Bhubaneswar

ଭାରତର ଏକ ନମ୍ବର ଶତ୍ରୁ ଚୀନ, ପାକିସ୍ତାନ ନୁହେଁ- ସିଡିଏସ ବିପିନ ରାୱତ

ନୂଆଦିଲ୍ଲୀ: ଚୀନ ମାନସିକ ଚାପ ପକାଇବା ଖେଳ ଖେଳିବାରେ ଧୁରନ୍ଧର । ଭାରତ ଏହାର ଚାପର ବଶବର୍ତ୍ତୀ ହେବା ଅନୁଚିତ ବୋଲି ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ବିପିନ ରାୱତ କହିଛନ୍ତି । ସେ କହିଛନ୍ତି ଚୀନ ହେଉଛି ଭାରତର ଏକ ନମ୍ବର ଶତ୍ରୁ, ପାକିସ୍ତାନ ନୁହେଁ । ସେଥିପାଇଁ ବାସ୍ତବ ନିୟନ୍ତ୍ରଣ ରେଖାରେ ବର୍ତ୍ତମାନ ମୁଖ୍ୟ ଲକ୍ଷ୍ୟ ହେଉଛି ଉତ୍ତେଜନା ହ୍ରାସ ପୂର୍ବରୁ ଦୁଇ ଦେଶର ସେନା ପଛକୁ ହଟିବା । ଉଭୟ ପକ୍ଷ ୨୦୨୦ ଏପ୍ରିଲ ପୂର୍ବରୁ ଥିବା ନିଜ ନିଜର ପୂର୍ବ ଅବସ୍ଥାନକୁ ଫେରିଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଚୀନ ପକ୍ଷର ଭିତ୍ତିଭୂମି ବର୍ତ୍ତମାନ ପାଇଁ ଭାରତ ତୁଳନାରେ ଉନ୍ନତ ରହିଥିବାରୁ ଭାରତ ଦୁଇ ଦେଶର ସେନାଙ୍କୁ ସମାନ ଦୂରତାକୁ ଫେରିଯିବା ଉପରେ ଗୁରୁତ୍ୱ ଦେଉଛି ।
ଏଠାରେ ଟାଇମ୍ସ ନାଓ ସମ୍ମିଟ ୨୦୨୧ ଅବସରରେ ପ୍ରକାଶ କରି ଶ୍ରୀ ରାୱତ କହିଥିଲେ, ଚୀନ ସେନା ଉତ୍ତର ପୂର୍ବରେ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରି ଗ୍ରାମ ବସାଇଥିବା ସମ୍ପର୍କରେ ଯାହା କୁହାଯାଉଛି ତାହା ସତ ନୁହେଁ । ବାସ୍ତବ ନିୟନ୍ତ୍ରଣ ରେଖାରେ ସେମାନଙ୍କର ପୂର୍ବରୁ ଥିବା ପୁରାତନ ଭିତ୍ତିଭୂମି ପୁନଃ ନିର୍ମାଣ କରାଯାଉଛି । ତେଣୁ ଏହାକୁ ବଳ କଷାକଷି ବୋଲି କୁହାଯାଇପାରିବ ନାହିଁ । ଚୀନ ପଟରେ ଭାରତ ସ୍ଥାୟୀ ନିର୍ମାଣ ଲକ୍ଷ୍ୟ କରିଛି, ଭାରତ ଯଦି ସେଠାରେ ନିଜର ସ୍ଥାୟୀ ନିର୍ମାଣ ଚାହିଁବ ତେବେ ତାହା କରିବ । ଏହି ଅବସରରେ ସେ କହିଥିଲେ, ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ରହିଛି । ଭାରତୀୟ ସେନା ସେଠାରେ ସୁଦୀର୍ଘ ଶୀତଋତୁରେ ରହିବାକୁ ମଧ୍ୟ ସମସ୍ତ ସାମଗ୍ରୀ ମହଜୁଦ ରହିଛି । ଚୀନ ଯଦି ଗଲୱାନ ଘଟଣାର ପୁନରାବୃତ୍ତି କରେ ତେବେ ତାହାକୁ ସମାନ ଢଙ୍ଗରେ ଜବାବ ଦିଆଯିବ । ଡେମଚୋକ ଏବଂ ଦେଶପାଙ୍ଗ ଅଞ୍ଚଳରେ ଉଭୟ ପକ୍ଷର ସୈନ୍ୟ ଅନ୍ୟ ଅଞ୍ଚଳଗୁଡିକ ଅପେକ୍ଷା ଅଧିକ ନିକଟତର ସ୍ଥିତିରେ ରହିଛନ୍ତି । କିନ୍ତୁ ତାହାକୁ ନେଇ ବର୍ତ୍ତମାନ ବ୍ୟସ୍ତ ହେବାର କିଛି ନାହିଁ ।
ଏହି ଅବସରରେ ସେ ଦେଶରେ ଏକ ଥିଏଟର କମାଣ୍ଡ ସୃଷ୍ଟି କରାଯିବା ଆହ୍ୱାନକୁ ଦୋହରାଇଥିଲେ । ଜେନେରାଲ ରାୱତ ୧୯୬୨, ୧୯୬୫ ଓ ୧୯୭୧ ଯୁଦ୍ଧର ଉଦାହରଣ ଦେଇ କହିଥିଲେ ଯେ ସମସ୍ତ ତିନିଟି ବାହିନୀ ପାଇଁ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ କମାଣ୍ଡ ରହିବା ଏବଂ ଜଣେ ନିଷ୍ପତ୍ତି ନେବା ତଥା ଯୁଦ୍ଧ ସମୟରେ ସରକାରଙ୍କୁ ରିପୋର୍ଟ କରିବାର କ୍ଷମତା ହାସଲ କରିବାର ଆବଶ୍ୟକତା ରହିଛି । ନୂଆଦିଲ୍ଲୀରେ ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଏନଏସଏ ସ୍ତରୀୟ ବୈଠକ ସମ୍ପର୍କରେ ମତରଖି ସେ କହିଥିଲେ, ଯେକୌଣସି ପ୍ରକାର ସୁରକ୍ଷାଗତ ବିପଦର ମୁକାବିଲା କରିବାକୁ ଭାରତ ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories