ପରିବା ବ୍ୟବସାୟୀଙ୍କ ଉପରେ ମାଡିଗଲା କାର- ବ୍ୟବସାୟୀ ମୃତ

ବଣାଇ (ସମାଜ ଡିଜିଟାଲ ଡେସ୍କ)- ରାସ୍ତା କଡରେ ପରିବା ବିକୁଥିବା ପରିବା ବ୍ୟବସାୟୀଙ୍କ ଉପରେ କାର ଚଢିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବଣାଇରେ ଅଞ୍ଚଳରେ ଘଟିଛି । ଲହୁଣୀପଡା ଅନ୍ତର୍ଗତ ଗମଲେଇ ସାପ୍ତାହିକ ହାଟ ଚାଲିଥିବା ବେଳେ କାର ଟି ପରିବା ବ୍ୟବସାୟୀଙ୍କ ଉପରେ ମାଡିଯାଇଥିଲା ।

ଗୁରୁତର ଅବସ୍ଥାରେ ପରିବା ବ୍ୟବସାୟୀଙ୍କୁ ଆର୍‌ଜିଏଚ୍‌ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Comments are closed.