ବଡ଼କୁଶସ୍ଥଳୀ ହାଇସ୍କୁଲରେ ବନ ମହୋତ୍ସବ
ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ବଡ଼କୁଶସ୍ଥଳୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବନ ବିଭାଗ ଅଧିକାରୀ ବାବୁ ସେଠୀ, ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସଭାପତି ବିଘ୍ନେଶ୍ୱର ସାହୁ, ଅବସରପ୍ରାପ୍ତ ଶିକ୍ଷକ ପି.ସନ୍ୟାସୀ ରେଡ୍ଡୀ, ସରପଞ୍ଚ ସୁନିତା ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲଳିତା କୁମାରୀ ନାୟକ, ଯୋଗଦେଇ ବିଦ୍ୟାଳୟ ପରିସରରେ ଵୃକ୍ଷ ଚାରା ରୋପଣ କରିବା ସହ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ଚାରା ରୋପଣ କରି ଏହାର ଯତ୍ନ ନେବାକୁ ପରାମର୍ଶ ଦେବା ସହ ଏଦିଗରେ ଅଧିକ ଜନ ସଚେତନତା ସୃଷ୍ଟି ପାଇଁ ଆହ୍ବାନ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକଗଣ ବୃକ୍ଷ ରୋପଣ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଗହଣରେ ବିଦ୍ୟାଳୟର ଇକୋ କ୍ଲବ ଓ ଜାତୀୟ ସବୁଜ ବାହିନୀର ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ। ଶିକ୍ଷୟତ୍ରୀ ତୁହିନା ମହାପାତ୍ର, ଟି. ବୈଜୟନ୍ତୀ ପାତ୍ର, ପ୍ରସନ୍ନ କୁମାର ସାହୁ, ସୁନିତା ସାହୁ, ନମିତା ସାହୁ, ଗାୟତ୍ରୀ ମହାପାତ୍ର, ସୁମିତ୍ରା ସ୍ବାଇଁ, ସତ୍ୟପ୍ରକାଶ ବେହେରା, ମାମିନି ସାହୁ, ଶୁଭଶ୍ରୀ ସାହୁ, ବିପିନ ପାତ୍ର ଓ ସୁଦର୍ଶନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Comments are closed.