www.samajalive.in
Saturday, December 13, 2025
21.1 C
Bhubaneswar

ମମତା ଦିନକ ପାଇଁ ପ୍ରଚାରରୁ ନିଷିଦ୍ଧ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାର ଉପରେ ୨୪ଘଣ୍ଟା ପାଇଁ ନିଷେଧାଦେଶ ଜାରି କରିଛନ୍ତି ନିର୍ବାଚନ ଆୟୋଗ। କୁଚବେହାର ଘଟଣା ପରିପ୍ରେକ୍ଷୀରେ ମମତା ନିଜ ଦଳର କର୍ମୀଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ‘ସିଏପିଏଫ୍‌’ଙ୍କୁ ଘେରାଉ ପାଇଁ ଆହ୍ବାନ ଦେବା ପରିପ୍ରେକ୍ଷୀରେ ଆୟୋଗ ସୋମବାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୋମବାର ରାତି ୮ଟାରୁ ଏହି କଟକଣା କାର୍ଯ୍ୟକାରୀ ହୋଇଛି। ଏହାଦ୍ବାରା ମମତା ମଙ୍ଗଳବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ କୌଣସି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ। ମମତା ମତଦାତାଙ୍କୁ ହିଂସାକାଣ୍ଡ ପାଇଁ ଉସୁକାଇବା ଅଭିଯୋଗକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଜାରି କରାଯାଇଥିବା ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ଏଭଳି ମନ୍ତବ୍ୟ ଦ୍ବାରା ଗୁରୁତର ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ଥିବା ଏବଂ ଏହାଦ୍ବାରା ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଆଶଙ୍କା ଥିବା ଆୟୋଗ ଦର୍ଶାଇଛନ୍ତି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ତୃଣମୂଳ କଂଗ୍ରେସ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ଆୟୋଗ ଆଦୌ ନିଜ କାର୍ଯ୍ୟରେ ନିରପକ୍ଷେତା ଅବଲମ୍ବନ କରୁ ନ ଥିବା ଏବଂ କେନ୍ଦ୍ର ଶାସନରେ ଥିବା ଦଳକୁ ସୁହାଇଲା ଭଳି ସମ୍ପୂର୍ଣ୍ଣ ଏକପାଖିଆ ପଦକ୍ଷେପ ନେଉଥିବା ଅଭିଯୋଗ କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ଡେରିକ ଓ’ବ୍ରିଏନ୍‌। ଏହି ପରିପ୍ରେକ୍ଷୀରେ ଆଜିର ଦିନକୁ ଭାରତୀୟ ଗଣତନ୍ତ୍ର ପାଇଁ କଳାଦିବସ ଭାବେ ସେ ବର୍ଣ୍ଣନା କରିଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷପାତପୂର୍ଣ୍ଣ ନିଷ୍ପତ୍ତି ପ୍ରତିବାଦରେ ମମତା ଧାରଣା ଦେବାକୁ ଘୋଷଣା କରିଛନ୍ତି।
ଶନିବାର କୁଚବେହାରରେ ସିଆଇଏସ୍‌ଏଫ ଯବାନଙ୍କ ଗୁଳିରେ ୪ ତୃଣମୂଳ କଂଗ୍ରେସ କର୍ମୀଙ୍କ ମୃତ୍ୟୁକୁ ନେଇ କ୍ରୋଧିତ ମମତା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଥିଲେ। ବିଜେପିର ଷଡ଼ଯନ୍ତ୍ରକ୍ରମେ ତୃଣମୂଳ କର୍ମୀଙ୍କୁ ଯବାନମାନେ ହତ୍ୟା କରିଥିବା ସେ ଅଭିଯୋଗ କରିଥିଲେ। ଶାହାଙ୍କ ଇଙ୍ଗିତରେ କେନ୍ଦ୍ରୀୟ ବାହିନୀ କୁଚବେହାରରେ ଗଣହତ୍ୟା ଘଟାଇଥିବା ନେଇ ତୃଣମୂଳ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଥିନେଇ ମମତା ଓ ଶାହାଙ୍କ ମଧ୍ୟରେ ତୀବ୍ର ବାକ୍‌ବିନିମୟ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତୃଣମୂଳ କଂଗ୍ରେସ ଗୁଣ୍ଡାଙ୍କ ଯୋଗୁଁ ନିର୍ବାଚନୀ ହିଂସାକାଣ୍ଡ ଘଟୁଥିବା ଅଭିଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ମମତା କେନ୍ଦ୍ରୀୟ ବାହିନୀ ମତଦାତାଙ୍କୁ ବିଜେପି ସପକ୍ଷରେ ଭୋଟ୍‌ ଦେବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ କରି ସେମାନଙ୍କୁ ଘେରାଉ ପାଇଁ ଆହ୍ବାନ ଦେଇଥିଲେ। ପୂର୍ବରୁ ମୁସଲମାନମାନଙ୍କୁ ଭାଗ ଭାଗ ନ ହେବାକୁ ଏବଂ ବିଜେପିକୁ ଭୋଟ୍‌ ନ ଦେବାକୁ ଆହ୍ବାନ ଦେବା କାରଣରୁ ମମତାଙ୍କୁ ନିର୍ବାଚନ ଆୟୋଗ ନୋଟିସ ଜାରି କରିଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories