www.samajalive.in
Friday, December 12, 2025
15.1 C
Bhubaneswar

ନଦୀକୂଳ ଅଞ୍ଚଳ ଗାନ୍ଧୀ ବାମଦେବଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ଗୁରୁଡିଝାଟିଆ : କଖଡି ପଞ୍ଚାୟତର ପୂର୍ବତନ ସରପଞ୍ଚ, ବିଶିଷ୍ଟ ଗାନ୍ଧିବାଦୀ ତଥା ନଦୀକୂଳ ସମୂହରେ ଗାନ୍ଧୀ ଭାବରେ ପରିଚିତ ବାମଦେବ ମହାରଣାଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । କଖଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶ୍ରାଦ୍ଧୋତ୍ସବରେ ଶିକ୍ଷକନେତା ତଥା ଓସ୍ତାର ପ୍ରାକ୍ତନ ଉପସଭାପତି ରାଜକିଶୋର ଖଟୁଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ଥାନୀୟ ୮ଟି ପଞ୍ଚାୟତରେ ସାମାଜିକ ସଂହତି, ଭାଇଚାରା, ଆଧ୍ୟାତ୍ମିକ ଚେନତାକୁ ଅତୁଟ ରଖି ଗାନ୍ଧିଜୀଙ୍କ ନୀତି ଆଦର୍ଶରେ ଶେଷ ଜୀବନ ପର୍ଯ୍ୟନ୍ତ ନିଜକୁ ଅନୁପ୍ରାଣିତ କରିଥିଲେ ସ୍ୱର୍ଗତ ବାମଦେବ ମହାରଣା। ରାଜନୀତିରେ ରହି କଖଡି ପଞ୍ଚାୟତର ସରପଞ୍ଚ ହୋଇଥିଲେ ମଧ୍ୟ ସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ ବୋଲି ଶ୍ରୀ ଖଟୁଆ ମତପ୍ରକାଶ କରିଥିଲେ। ବିଷ୍ଣୁ ଚରଣ ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରାଦ୍ଧୋତ୍ସବରେ ସ୍ୱର୍ଗତ ମହାରଣାଙ୍କ ଘନିଷ୍ଠ ସହଯୋଗୀ ଭାଗିରଥି ସାହୁ ଯୋଗଦେଇ କଖଡି ପଞ୍ଚାୟତର ଜନସାଧାରଣଙ୍କ ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବା ପାଇଁ କଖଡିରେ ହାଟ ସ୍ଥାପନ କରିବା ଏକ ଉଲ୍ଲେଖଯୋଗ୍ୟ ଅବଦାନ ବୋଲି କହିଥିଲେ। ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି, ଚନ୍ଦ୍ରଶେଖର ପରିଡା, ଧର୍ଯ୍ୟଧର ମହାନ୍ତି, ପ୍ରଫୁଲ୍ଲ ଚନ୍ଦ୍ର ଖଟୁଆ, ଶ୍ରୀରାମ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସଂପାଦକ ବସନ୍ତ କୁମାର ବିଶ୍ୱାଳ, ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର କୁମାର ସାହୁ, ବେଣୁଧର ମହାନ୍ତି, କୈଳାସ ଚନ୍ଦ୍ର ବେଉରା, ବିରବର ସାହୁ, ସୁରେନ୍ଦ୍ର ମହାନ୍ତିଙ୍କ ସହିତ ସ୍ୱର୍ଗତ ମହାରଣାଙ୍କ ସୁପୁତ୍ର ମହାମାନବ ମହାରଣା ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିବା ସହିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories