ଗୁରୁଡିଝାଟିଆ : କଖଡିର ପୁରାତନ ସାର୍ବଜନୀନ କାର୍ତ୍ତିକେଶ୍ୱରଙ୍କ ଭସାଣୀ ଉତ୍ସବ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଛି। କରୋନା ନିୟମ ଅନୁଯାୟୀ ସମସ୍ତ ମେଢ ଗୁଡିକ ନିର୍ଦ୍ଧାରିତ ସମୟରେ ମେଳଣ ପଡିଆରେ ଏକତ୍ରିତ ହୋଇ ଗୋଟିଏ ପରେ ଗୋଟିଏ ଶୃଙ୍ଖଳିତ ଭାବରେ ଯାଇ ବିସର୍ଜିିତ ହୋଇଥିଲେ। ଗାଁ ସଭାପତି ଦିଲ୍ଲିପ ଛତାରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଭାଗିରଥି ସାହୁ, ଚନ୍ଦ୍ରଶେଖର ପରିଡା, ସୁରେନ୍ଦ୍ର ମହାନ୍ତି, ଜିତେନ କୁମାର ପାତ୍ର, ଭିମସେନ ବେହେରା, ପ୍ରଫୁଲ ଚନ୍ଦ୍ର ମୁଦୁଲି, ଶେଷଦେବ ମୁଦୁଲି, ଓମପ୍ରକାଶ ମୁଦୁଲି, ସନ୍ତୋଷ କୁମାର ବେଦାନ୍ତ, ପବିତ୍ର ନାୟକ, ମାୟାଧର ଦଳାଇ, ମନୋଜ କୁମାର ରାଉତ, ଟିପିଏମ ଫାଣ୍ଡି ଅଧିକାରୀ ଯୋଶେଫ ହେକ୍କା, ଫାରୁଖ ଅଲ୍ଲି ପ୍ରମୁଖ ଉପସ୍ଥିତ ରହି ଭସାଣୀ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଭାବରେ ପରିଚାଳନା କରିଥିଲେ ।
Popular Categories



