www.samajalive.in
Thursday, December 11, 2025
15.1 C
Bhubaneswar

ଶିଶୁ ଅଧିକାର ଓ ସୁରକ୍ଷା ସଚେତନତା ରଥକୁ ଚୌଦ୍ୱାରରେ ସ୍ୱାଗତ

ଚୌଦ୍ୱାର : ଶିଶୁ ମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କିତ ସଚେତନତା ପାଇଁ ରାଜ୍ୟ ଶିଶୁ ସୁରକ୍ଷା କମିଶନ୍ ତରଫରୁ ଆରମ୍ଭ କରାଯାଇଥିବା ୪୦ ଦିନିଆ ଅଭିଯାନ ମାଧ୍ୟମରେ ବିଭିନ୍ନ ସ୍ଥାନ ଭ୍ରମଣ କରୁଥିବା ଶିଶୁ ଅଧିକାର ଓ ସୁରକ୍ଷା ରଥକୁ ଚୌଦ୍ୱାରରେ ସ୍ୱାଗତ କରାଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ବିଭିନ୍ନ ଅଇନ୍ ବିଶେଷଜ୍ଞ, ସମାଜସେବୀ ଆଦିଙ୍କ ଶିଶୁ ସୁରକ୍ଷା ସମ୍ପର୍କିତ ବାର୍ତ୍ତାକୁ ଭିଡ଼ିଓ ମାଧ୍ୟମରେ ପ୍ରଚାର କରୁଥିବା ଏହି ରଥ ସ୍ଥାନୀୟ ଶିଶୁ ସଦନରେ ପହଞ୍ଚିବା ପରେ ଶିଶୁ ସଦନର ମୁଖ୍ୟ ତଥା ହିନ୍ଦ୍ ସେବକ ସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଏବଂ ସମସ୍ତ କର୍ମକର୍ତ୍ତା ସ୍ୱାଗତ କରିଥିଲେ। ରଥରେ ପ୍ରସାରିତ ହେଉଥିବା ଶିଶୁ ସୁରକ୍ଷା ଓ ଅଧିକାର ସମ୍ପର୍କିତ ସଚେତନତା ଭିଡ଼ିଓ ସଦନର ପିଲା ମାନେ ଦେଖିଥିଲେ। କଟକ ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତିଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଜିତେନ୍ଦ୍ର କୁମାର ବାରିକ କଟକ ଜିଲାରେ ପ୍ରଚାର ପ୍ରସାର କାର୍ଯ୍ୟ ଜାରୀ ରଖିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories