www.samajalive.in
Wednesday, November 12, 2025
27.1 C
Bhubaneswar

ଆଜିଠାରୁ ବାଲିଯାତ୍ରା ପ୍ଲଟ୍‍ ପଞ୍ଜୀକରଣ

କଟକ: ବାଲିଯାତ୍ରା ଆୟୋଜନ ନେଇ ବାଦବିବାଦ ମଧ୍ୟରେ ଜିଲା ପ୍ରଶାସନ ପକ୍ଷରୁ ପ୍ଲଟ୍‍ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। କେବଳ ତଳପଡ଼ିଆର ୬୦ ଏକର ଜମିରେ ୧୬୭୦ ପ୍ଲଟ୍‍କୁ ନିଲାମ ମାଧ୍ୟମରେ ଆବଣ୍ଟନ କରାଯିବ। ଏଥିପାଇଁ ଶୁକ୍ରବାର ଠାରୁ ପ୍ଲଟ୍‌ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଉଭୟ ଅନଲାଇନ ଓ ଅଫ୍‍ଲାଇନ ମାଧ୍ୟମରେ ପ୍ଲଟ୍‍ ପାଇଁ ଆବେଦନ ହୋଇପାରିବ। ବାଲିଯାତ୍ରା ୱେବସାଇଟ୍‌ରେ ଅନଲାଇନ ଆବେଦନ ସୁବିଧା ରହିଥିବାବେଳେ ଅଫ୍‍ଲାଇନ ପାଇଁ ବାରବାଟୀ ପ୍ୟାଲେସ୍‌ଠାରେ ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ ୧୧ରୁ ଅପରାହ୍ଣ ୫ଟା ମଧ୍ୟରେ ଆବେଦନ ପତ୍ର ଦାଖଲ କରିପାରିବେ ଓ ପଞ୍ଜୀକରଣ ପତ୍ର ଗ୍ରହଣ କରିପାରିବେ। ଜଣେ ବ୍ୟକ୍ତି ସର୍ବାଧିକ ୩ଟି ପ୍ଲଟ୍‍ ନେଇପାରିବେ ବୋଲି ପ୍ରଶାସନ ପକ୍ଷରୁ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ତଥା ବାଲିଯାତ୍ରା ପ୍ଲଟ ଆବଣ୍ଟନ କମିଟି ଅଧ୍ୟକ୍ଷ ଡ. ଦିବ୍ୟଲୋଚନ ମହାନ୍ତ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବିନା କୌଣସି ଆଲୋଚନାରେ ଉପର ପଡ଼ିଆରେ ବାଲିଯାତ୍ରା ନ କରିବାକୁ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରାଯାଉଛି। କୌଣସି ରାଜନୈତିକ ବ୍ୟକ୍ତିବିଶେଷ, ବିଧାୟକ, ସାଂସଦ, ବିଭିନ୍ନ ଅନୁଷ୍ଠାନ କିମ୍ବା କୌଣସି ମୁରବିଙ୍କ ସହ ଏ ବିଷୟରେ ଆଲୋଚନା ହୋଇନାହିଁ। ଏ ବାବଦରେ ପ୍ରଶ୍ନ ପଚରା ଯାଇଥିଲେ ମଧ୍ୟ ଅତିରିକ୍ତ ଜିଲାପାଳ ଶ୍ରୀ ମହାନ୍ତ କୌଣସି ସ୍ପଷ୍ଟ ଉତ୍ତର ଦେଇନଥିଲେ। ସେ ବାବଦରେ କୌଣସି ନିଷ୍ପତ୍ତି ହୋଇନଥିବା କହି କଥାକୁ ଏଡ଼ାଇ ଦେଇଥିଲେ।

ଚଳିତ ବର୍ଷ ନଭେମ୍ବର ୫ରୁ ୧୨ ଯାଏ ବାଲିଯାତ୍ରା ଅନୁଷ୍ଠିତ ହେବ। ନିଲାମ ପ୍ରକ୍ରିୟା ତିନିଟି ବର୍ଗରେ ପ୍ଲଟ୍‌ ସର୍ବନିମ୍ନ ୪୦ ଟଙ୍କା, ୫୦ ଟଙ୍କା ଓ ୬୦ ଟଙ୍କା ରଖାଯାଇଛି। ପଞ୍ଜୀକରଣ ଶେଷ ହେବା ପରେ ଆସନ୍ତା ଅକ୍ଟୋବର ୧୩ ତାରିଖ ଠାରୁ ନିଲାମ ଦ୍ବାରା ଆବଣ୍ଟନ ଆରମ୍ଭ ହେବ। ନିଲାମରେ ପ୍ରତି ଡାକରେ ବର୍ଗଫୁଟ ପିଛା ୫ ଟଙ୍କା କିମ୍ବା ୫ ଟଙ୍କାର ଗୁଣିତକ ଲେଖାଏଁ ବୃଦ୍ଧି ପାଇବ। ଏହାଛଡ଼ା ଖାଦ୍ୟ ପାନୀୟ ଷ୍ଟଲ ପାଇଁ ସ୍ବତନ୍ତ୍ର ଦର ଧାର୍ଯ୍ୟ ହୋଇଛି। ସେମାନେ ପଞ୍ଜୀକରଣ ବାବଦକୁ ୫ ହଜାର ଟଙ୍କା ଦେବେ। ଛୋଟ ବ୍ୟବସାୟୀ ମାନଙ୍କୁ ୮୦ ବର୍ଗଫୁଟ ପର୍ଯ୍ୟନ୍ତ ଜାଗା ୧୫୦୦ ଟଙ୍କା ହିସାବରେ ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଥିବା ସେ ସୂଚନା ଦେଇଛନ୍ତି। ପ୍ଲଟ୍‌ ଆବଣ୍ଟନ କମିଟିର ସଦସ୍ୟ ତଥା କଟକ ସଦର ଉପଜିଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, କଟକ ସଦର ତହସିଲଦାର ଦେବଦତ୍ତ ପ୍ରଧାନ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଡେପୁଟି କଲେକ୍ଟର ପ୍ରଜ୍ଞା ପାରମିତା ଥାଟୋଇଙ୍କ ସମେତ ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଉପସ୍ଥିତ ଥିଲେ।

Hot this week

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

ଦିଲ୍ଲୀ ବିସ୍ଫୋରଣ : ଜାନୁଆରୀ ୨୬ରେ ହୋଇଥିଲା ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା...

Related Articles

Popular Categories