www.samajalive.in
Sunday, December 14, 2025
14.1 C
Bhubaneswar

ରାସ୍ତା ଓ ପାନୀୟ ଜଳ ସମସ୍ୟା ; ଭୋଟ ବର୍ଜନ କଲେ ଶତାଧିକ ଭୋଟର

ବାଲିଚନ୍ଦ୍ରପୁର : ଯାତାୟତ ପାଇଁ ରାସ୍ତା ନଥିବା ଓ ପାନୀୟ ଜଳ ସମସ୍ୟା ପାଇଁ ସୋମବାର ସାଧାରଣ ନିର୍ବାଚନକୁ ଏକ ସାହିର ବାସିନ୍ଦା ବର୍ଜନ କରିଛନ୍ତି। ବଡଚଣା ବ୍ଲକ୍‍ ଚାରିନଙ୍ଗଳ ପଞ୍ଚାୟତର ଗହରନଗର ଦଳିତ ସାହି ବାସିନ୍ଦା ଏଭଳି ନିଷ୍ପତ୍ତି ନେଇ ପ୍ରତିବାଦ ଜଣାଇଛନ୍ତି। ବିଗତ ୨୫ ବର୍ଷ ହେବ ଏହି ସାହି ଭିତରକୁ ଯିବାଆସିବା କରିବାକୁ ରାସ୍ତାଟିଏ ନିର୍ମାଣ କରାଯାଇନଥିବା ସାହି ବାସିନ୍ଦା ଅଭିଯୋଗ ଆଣିଛନ୍ତି। ସାହିବାସିନ୍ଦାଙ୍କ ସମସ୍ୟାର ସମାଧାନ ନିମନ୍ତେ ନେତା ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ସେମାନଙ୍କ ସମସ୍ୟାର ସମାଧାନ ନ ହୋଇଥିବାରୁ ପ୍ରତିବାଦ ସ୍ୱରୁପ ସାହିର ୩୫ରୁ ଊର୍ଦ୍ଧ୍ବ ପରିବାରର ଶତାଧିକ ଭୋଟର ଭୋଟ୍‍ ଦେବାରୁ ବିରତ ରହିଛନ୍ତି। ବର୍ଷା ଦିନ ହେଲେ ଏମାନଙ୍କ ସମସ୍ୟା ଦୁଇ ଗୁଣ ହୋଇଯାଇଥାଏ। ସେହିଭଳି ସାହିରେ ଥିବା ଗୋଟିଏ ନଳକୂପର ଜଳ ପାନୀୟ ଉପଯୁକ୍ତ ନୁହେଁ। ଫଳରେ ପାନୀୟ ଜଳ ପାଇଁ ଲୋକେ ଚାରି ଶହ ମିଟର ଯାଇ ପାନୀୟ ଜଳ ଆଣୁଛନ୍ତି। ଏହି ଦୁଇ ସମସ୍ୟାରେ ବର୍ଷ ବର୍ଷ ଧରି ଗହରନଗର ଦଳିତସାହି ବାସିନ୍ଦା ଘାଣ୍ଟି ହେଉଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories