ବଜ୍ରାଘାତରେ ୨ ମୃତ, ୩ ଆହତ
ବାଲିଆପାଳ/ଧାମରା: ବାଲିଆପାଳ ଥାନା ଅନ୍ତର୍ଗତ ତାହାଳିଆ ଗ୍ରାମରେ ବଜ୍ରାଘାତରେ ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ଏବଂ ମୃତକଙ୍କ ଧପତ୍ନୀ ଓ ବୋହୁ ଗୁରୁତର ଆହତ ହୋଇ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମୃତ ବୃଦ୍ଧ ଜଣଙ୍କ ହେଲେ ଯତୀନ୍ଦ୍ର ନାଥ ଜେନା (୭୬) । ଯତୀନ୍ଦ୍ର ଘର ବାହାରେ ଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା । ପାଖରେ ଥିବ ତାଙ୍କର ପତ୍ନୀ ବାସନ୍ତୀ ଜେନା ଓ ତାଙ୍କର ବୋହୁ ବୈଜୟନ୍ତୀ ଜେନା ମଧ୍ୟ ଏଥିରେ ଆହତ ହୋଇଛନ୍ତି । ଖବର ପାଇ ବସ୍ତା ବିଧାୟିକା ସୁବାସିନୀ ଜେନା ଡାକ୍ତରଖାନାରେ ପହଞ୍ଚି ପରିବାରକୁ ଆଶ୍ୱସନା ଦେବା ସହ ଆହତଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି ।
ଚାନ୍ଦବାଲି ବ୍ଲକ ବିଜୟନଗର ପଂଚାୟତ ଗୋବିନ୍ଦପୁର ଗାଁରେ ବଜ୍ରାଘାତରେ ଜଣେ ମୃତ ଓ କାଣ୍ଡଗରଡି ଗାଁରେ ଜଣେ ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ପ୍ରତାପ ବାରିକଙ୍କ ପୁଅ ହେମନ୍ତ ବାରିକ, ସେ ଧାନ ବିଲରୁ କାମକରି ଫେରୁଥିବା ବେଳେ ବଜ୍ରାଘାତରେ ଶିକାର ହୋଇଥିଲେ। ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତି କରିଥିବାବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ସେହିପରି କାଣ୍ଡ ଗରଡ଼ି ପଂଚାୟତରେ ହିମାଂଶୁ ବାରିକ ବଜ୍ରାଘାତରେ ଶିକାର ହୋଇ ଗୁରୁତ୍ୱର ଅବସ୍ଥାରେ ଚାନ୍ଦବାଲି ମେଡିକାଲ ଭର୍ତି ହୋଇଛନ୍ତି।
Comments are closed.