ଅଧିକ ଓଜନ ଉଠାଇ ବଡିବିଲ୍ଡରଙ୍କ ମୃତ୍ୟୁ
ନୂଆଦିଲ୍ଲୀ – ବାଲିରେ ଥିବା ୟୁଟ୍ୟୁବର ତଥା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଥିବା ଜଷ୍ଟିନ ଭିକି ନିଜ ସାମର୍ଥ୍ୟଠାରୁ ଅଧିକ ଓଜନ ଉଠାଇବାରୁ , ତାଙ୍କର ମୃତ୍ୟୁ ହୋଇଛି । ଜଷ୍ଟିନ ଭିକି ଏକ ଜିମ୍ରେ ୨୧୦ କିଲୋ ଓଜନ ଉଠାଇଥିଲେ । ତାଙ୍କୁ ଅନ୍ୟ ଜଣେ ସହାୟତା କରୁଥିଲେ ।
ମାତ୍ର ଏତେ ମାତ୍ରାରେ ଓଜନ ସେ ଉଠାଇ ପାରି ନଥିଲେ । ଓ୍ୱେଟ ଲିଫ୍ଟିଂ ବାର ତାଙ୍କ ବେକ ଉପରେ ରହିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ସେ ଏହି ଓଜନ ଉଠାଉଥିବା ବେଳେ ତାହା ତାଙ୍କର ଉପରେ ପଡିଥିଲା । ବେକ ଭାଙ୍ଗି ଯାଇଥିଲା । ବେକ ପଛର ହାଡ ଭାଙ୍ଗିଯିବାରୁ ଗୁରୁତର ହୋଇଥିଲେ । ତାଙ୍କର ସ୍ନାୟୁ ଗୁରୁତର ପ୍ରଭାବିତ ହୋଇଥିଲା ।
ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
Comments are closed.