ବାଲେଶ୍ୱର : ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ କାର୍ଯ୍ୟାଳୟ ସମେତ ଏକାକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି।
ମହେଶ ପ୍ରସାଦଙ୍କ ବାଲେଶ୍ୱରସ୍ଥିତ କାର୍ଯ୍ୟାଳୟ, ରାୟଗଡା କସ୍ତୁରିନଗର ସ୍ଥିତ ପୈତୃକ ଘର, ବିଶାଖାପାଟନମ୍ ଛିନ୍ନଗଦିଲିସ୍ଥିତ ଫ୍ଲାଟ, ଭୁବନେଶ୍ୱର ସୁନ୍ଦରପଦାରେ ଥିବା ଫ୍ଲାଟ, ମୟୁରଭଞ୍ଜ ବାରିପଦା ମୁର୍ଗାବାଡିସ୍ଥିତ ସରକାରୀ ବାସଭବନରେ ଚଢାଉ ଜାରି ରହିଛି। ଭୁବନେଶ୍ୱର ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ କରାଯାଇଛି। ଏହି ଚଢାଉରେ ୩ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର,୨ ଜଣ ସବ୍ ଇନ୍ସପେକ୍ଟର,୫ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି।
କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ
Popular Categories



