www.samajalive.in
Saturday, December 6, 2025
14.1 C
Bhubaneswar

ନୀଳଗିରିରେ ରଥ ତିଆରି ଉଦେଶ୍ୟରେ ନଗର ପରିକ୍ରମା

ନୀଳଗିରି: ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ଵର ଜିଲ୍ଲାର ନୀଳଗିରିରେ ରଥ ତିଆରିକୁ କେନ୍ଦ୍ରକରି ଶୁକ୍ରବାର ଜଗନ୍ନାଥ ମନ୍ଦିରର ସେବାୟତ ଓ ଜଗନ୍ନାଥ ପ୍ରେମୀ ନଗର ପରିକ୍ରମା କରିଛନ୍ତି। ଘରେ ଘରେ ଏମାନେ ଲୋକଙ୍କୁ ଜଗନ୍ନାଥଙ୍କ ନୀତିକାନ୍ତି ସମ୍ପର୍କରେ ଅବଗତ କରିବା ସହ ଜନ ଜାଗରଣ ସୃଷ୍ଟି କରିଛନ୍ତି। ତେବେ କରୋନା କଟକଣା ମୂଳେ ତୃତୀୟ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କରାଯାଉ, ନୀଳଗିରିର ସମସ୍ତ ଜଗନ୍ନାଥ ପ୍ରେମୀ, ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀ ସରକାରୀ ନୀତି ନିୟମକୁ ମାନି କେହି ମନ୍ଦିର କି ବଡଦାଣ୍ଡରେ ଭିଡ଼ ଜମାଇବେ ନାହିଁ, କେବଳ ତିନି ଠାକୁରଙ୍କୁ ରଥ ଉପରେ ବିରାଜମାନ କରାଯିବା ଉଦେଶ୍ୟ ରେ ଏହି ସମାବେଶ ହୋଇଥିଲା। ରାଜ୍ୟ ସରକାର ଓ ବାଲେଶ୍ବର ଜିଲା ପ୍ରଶାସନ ଏଥିପ୍ରତି ସଦୟ ବିଚାର କରି ତଥା ରଥବନ୍ଦ ନିର୍ଦ୍ଦେଶର ପୁନବିଚାର କରି ସରକାରୀ ନିଷ୍ପତ୍ତିକୁ ପରିବର୍ତ୍ତନ କରିବାକୁ ସେବାୟତ ମାନେ ନିବେଦନ କରିଥିଲେ।ରଥଯାତ୍ରା ନୁହେଁ ବରଂ ନୀଳଗିରି ରେ କେବଳ ରଥ ନିର୍ମାଣ କରି ଜଗନ୍ନାଥଙ୍କ ନୀତିକାନ୍ତି ଚଳାଇବାକୁ ସେମାନେ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories