www.samajalive.in
Monday, December 8, 2025
13.1 C
Bhubaneswar

ଘଣ୍ଟା ଘଣ୍ଟା ତଲାସି ପରେ କାରରୁ ଜବତ ହେଲା ୨୧ କୋଟିର ସୁନା ବିସ୍କୁଟ

ନୂଆଦିଲ୍ଲୀ : ଆସାମରେ ଏକ ବଡ ଧରଣର ସୁନା ରାକେଟ ଠାବ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ରାଜସ୍ୱ ବିଭାଗ ଗୁଇନ୍ଦା କର୍ମଚାରୀଙ୍କ ଦ୍ୱାରା ପ୍ରାୟ ୨୧ କୋଟି ଟଙ୍କାର ସୁନା ବିସ୍କୁଟ ଜବତ କରାଯାଇଛି। ଜବତ ସୁନାର ଓଜନ ପ୍ରାୟ ୪୩ କିଲୋଗ୍ରାମ ହେବ। ବିଶେଷ ସୂତ୍ରରୁ ଖବର ପାଇ ଗୁଇନ୍ଦା କର୍ମଚାରୀମାନେ ଏକ ସ୍ୱତନ୍ତ୍ର କାର ଉପରେ ନଜର ରଖିଥିଲେ। କାରରେ ଥିବା ୨ ବ୍ୟକ୍ତିଙ୍କୁ ଜେରା କରିବା ପରେ ସେମାନେ କୌଣସି ସଠିକ ଉତ୍ତର ଦେଇ ପାରି ନଥିଲେ। ଯାଞ୍ଚ କରିବା ଦ୍ୱାରା କାରରୁ ବିପୁଳ ପରିମାଣରେ ସୁନା ବିସ୍କୁଟ ଜବତ କରାଯାଇଥିଲା।
ମାତ୍ର ଜବତ ହୋଇଥିବା ସୁନା ବିସ୍କୁଟକୁ କାରରେ ଏପରି ଭାବେ ରଖାଯାଇଥିଲା, ଯାହାକୁ ଖୋଜିବାକୁ ପ୍ରାୟ ୧୮ ଘଣ୍ଟା ସମୟ ଲାଗିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କେବଳ ଏହି ସୁନା ଚୋରା ଚାଲାଣ ପାଇଁ ଏହି କାରକୁ ବ୍ୟବହାର କରାଯାଇଥିଲା ବୋଲି ତଦନ୍ତରୁ ସୂଚନା ମିଳିଛି। କାରରେ ସ୍ୱତନ୍ତ୍ର ଗୋପନୀୟ ସ୍ଥାନ ତିଆରି କରାଯାଇଥିଲା। ଘଟଣାର ତଦନ୍ତ ଜାରି ରହିଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories