www.samajalive.in
Sunday, December 7, 2025
26.1 C
Bhubaneswar

ସ୍ୱଚ୍ଛଭାରତ ବାଟବଣା ; ରାସ୍ତା କଡରେ ପଡିଛି କୁଢ କୁଢ ଆବର୍ଜନା

ମୋହନା : କେନ୍ଦ୍ର ସରକାର ଗାନ୍ଧୀ ଜୟନ୍ତୀରେ ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ଅଭିଯାନ । ଏଥିରେ ସାମିଲ ହୋଇଥିଲେ ପ୍ରତ୍ୟେକ ସରକାରୀ କର୍ମଚାରୀ । ଗାଁ ଠାରୁ ଆରମ୍ଭ କରି ସହରର ଲୋକେ ସଚେତନ ହେବେ ଗାଁ କୁ ସଫା ରଖିବେ ଓ ରୋଗ ଦାଉରୁ ମୁକ୍ତ ହୋଇ ସ୍ୱଚ୍ଛ ଭାରତ ଗଠନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ । ଏହା ଆରମ୍ଭ ହେବା ପରେ ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଟଙ୍କା ମଧ୍ୟ ଦିଆଯାଇଥିଲା ।
ମୋହନା ବ୍ଳକର ବିଭିନ୍ନ ପଂଚାୟତରେ ସ୍ବଚ୍ଛ ଭାରତ ବାଟବଣା । ରାସ୍ତା କଡରେ ମାସ ମାସ ଧରି ପଡି ରହୁଛି କୁଢ଼କୁଢ଼ ଅଳିଆ ଆବର୍ଜନା । ଲୋକେ ଘରର ଦୂଷିତ ପାଣି ରାସ୍ତାକୁ ଛାଡ଼ୁଛନ୍ତି ଏବଂ ଅଳିଆ ଆବର୍ଜନା ଦାଣ୍ଡରେ ଫୋପାଡ଼ୁଛନ୍ତି। ଏଭଳି  ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଲକର ବିରକୋଟ ଗ୍ରାମରେ। ଜାତୀୟ ରାଜପଥ ୩୨୬ ରାସ୍ତା କଡ଼ରେ ପଡି ରହିଛି  ଅଳିଆ ଆବର୍ଜନାର ପାହାଡ଼ । ବର୍ଷା ହେଲେ ସେହି ଅଳିଆ ଗଦାରେ ପାଣି ଜମି ପରିବେଶ ଦୂଷିତ ହେବା ସହ ଗାଁରେ ଭାସୁଛି ଦୂଷିତ ପାଣି। ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରୁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories