www.samajalive.in
Saturday, December 6, 2025
14.1 C
Bhubaneswar

ଦିନ ୧ଟା ସୁଦ୍ଧା ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ

ବାଲେଶ୍ୱର/ତିର୍ତ୍ତୋଲ : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଜାରି ରହିଛି। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଦିନ ୧ଟା ସୁଦ୍ଧା ତିର୍ତ୍ତୋଲରେ ୩୯.୬୮% ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ୪୧.୩୬% ମତଦାନ ହୋଇଥିବା ନେଇ ସୂଚନା ମିଳିଛି।
ସୂଚନା ଯୋଗ୍ୟ, ୧୧ଟା ସୁଦ୍ଧା ବାଲେଶ୍ୱର ଓ ତିର୍ତ୍ତୋଲରେ ହାରାହାରି ୨୬.୨୪% ମତଦାନ ହୋଇଥିଲା। ବାଲେଶ୍ୱରରେ ୨୭.୬% ମତଦାନ ଓ ତିର୍ତ୍ତୋଲରେ ୨୪.୯୩% ମତଦାନ ହୋଇଥିଲା।
ସକାଳ ୯ଟା ସୁଦ୍ଧା ୯.୮୧ ପ୍ରତିଶତ ମତଦାନ ହୋଇଥିଲା। ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧% ମତଦାନ ହୋଇଥିଲା। ତିର୍ତ୍ତୋଲରେ ସକାଳ ୯ଟା ସୁଦ୍ଧା ୭.୫୮% ମତଦାନ ହୋଇଥିଲା।
ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ୩୪୬ ଓ ତିର୍ତ୍ତୋଲରେ ୩୭୩ଟି ବୁଥ ପ୍ରତିଷ୍ଠା କରାଯାଇଛି। ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ୩୭୪୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବାଲେଶ୍ୱରରେ ୩୨ ଏବଂ ତିର୍ତ୍ତୋଲରେ ୩୦ ଜଣ ସେକ୍ଟର ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।​‌ ଦୁଇ ନିର୍ବାଚନ ମଣ୍ଡଳୀରେ ୮୦୦ ସ୍ବେଚ୍ଛାସେବୀଙ୍କୁ ନିୟାଜିତ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories