www.samajalive.in
Saturday, December 13, 2025
23.1 C
Bhubaneswar

ଦୁର୍ଘଟଣାରେ ବାପା, ମାଆ, ଝିଅ ସମେତ ଆମ୍ୱୁଲାନ୍ସ ହେଲପର ଗୁରୁତର

ସୋର:  ବାଲେଶ୍ୱର ଜିଲା ୧୬ ନମ୍ୱର ଜାତୀୟ ରାଜପଥ ଖନ୍ତାପଡ଼ା ଓଭରବ୍ରିଜ୍ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ବାପା, ମାଆ, ଝିଅ ସମେତ ଆମ୍ୱୁଲାନ୍ସ ହେଲପର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଅସୁସ୍ଥ ଝିଅକୁ ଆମ୍ୱୁଲାନ୍ସ ଯୋଗେ ବାପା, ମାଆ ବାଲେଶ୍ୱର ମେଡିକାଲ ନେଇ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଆମ୍ୱୁଲାନ୍ସକୁ ଧକ୍କା ଦେଇଥିଲା । ଏଥିରେ ବାପା, ମାଆ, ଝିଅ  ଗୁରୁତର ହୋଇପଡ଼ିଛନ୍ତି ଏବଂ ଆମ୍ୱୁଲାନ୍ସ ହେଲପରଙ୍କ ମୁଣ୍ଡରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ଘଟଣା ସ୍ଥଳରେ ଖନ୍ତାପଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories