କେଦାରନାଥ: କେଦାରନାଥସ୍ଥିତ ହେଲିପ୍ୟାଡରେ ଏକ ହେଲିକପ୍ଟର ଉଡାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋମବାର ପୂର୍ବାହ୍ନ ୧୧.୨୩ରେ ଏହି ଅଘଟଣ ଘଟିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ହେଲିକପ୍ଟରରେ ପାଇଲଟ୍ ସହ ୬ ଜଣ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ୟୁଟିୟର ହେଲି କମ୍ପାନୀର ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଏହି ଘଟଣାକୁ ମିଶାଇ କେଦାରନାଥରେ ୭ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ୨୦୧୦ରୁ ଏପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ୯ଥର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ୨୭ ଜଣଙ୍କ ପ୍ରାଣହାନି ହୋଇଛି। ସେହିପରି ୨୦୧୩ରେ କେଦାରନାଥରେ ବାଦଲଫଟା ବର୍ଷା ଓ ବନ୍ୟା ପରିସ୍ଥିତର ମୁକାବିଲା ବେଳେ ଏମଆଈ-୧୭ ସମେତ ୩ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୦ ଜଣ ଅଧିକାରୀ/ଯବାନଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା।



