ମେମୁ ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା, ୨ ରେଳ କର୍ମଚାରୀ ନିଲମ୍ବିତ

ନୀଳଗିରି: ନୀଳଗିରି ରୋଡ୍ ଷ୍ଟେସନରେ ମେମୁ ଟ୍ରେନ୍ ପଶି ଆସିବା ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ୨ ଜଣ ରେଳ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ନୀଳଗିରି ରୋଡ୍ ଷ୍ଟେସନ୍‌ ମ୍ୟାନେଜର ସୁବାସ ସେଠୀ ଓ ପଏଣ୍ଟମ୍ୟାନ୍‌ ସେକ୍‌ ମହମ୍ମଦ ଖଲିପ ନିଲମ୍ବିତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ଲୋକସମ୍ପର୍କ ବିଭାଗର ବରିଷ୍ଠ ଡିଭିଜିନାଲ ମ୍ୟାନେଜର। ପ୍ରକାଶ ଯେ, ଗତକାଲି ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍‌ ପଏଣ୍ଟ ନଲାଗିବା କାରଣରୁ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ।

Comments are closed.