www.samajalive.in
Saturday, December 6, 2025
23.1 C
Bhubaneswar

ବାଲେଶ୍ଵରରେ କର୍ଫ୍ୟୁ କଟକଣା ଭାଙ୍ଗିବା ଅଭିଯୋଗରେ ୩୦ ଅଟକ

ବାଲେଶ୍ଵର: ବାଲେଶ୍ଵର: ବାଲେଶ୍ଵରରେ କର୍ଫ୍ୟୁ କଟକଣା ଭାଙ୍ଗିବା ଅଭିଯୋଗରେ ୩୦ ଅଟକ । ଏ ନେଇ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଗୋଷ୍ଠୀ ସଂଘର୍ଷ ଘଟଣାରେ ୩୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗୋଷ୍ଠୀ ସଂଘର୍ଷକୁ ନେଇ କର୍ଫ୍ୟୁ ସହ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି। ବାଲେଶ୍ବର ସହରରେ କୌଣସି ଏକ ପ୍ରସଙ୍ଗକୁ ନେଇ ସୋମବାର ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା।  ସୋମବାର ବିଳମ୍ବିତ ରାତିରେ ଅନିର୍ଦ୍ଦିଷ୍ଟ କାଳ ଲାଗି ଜାରି କରାଯାଇଥିବା କର୍ଫ୍ୟୁକୁ ଆଜି  ମଧ୍ୟରାତ୍ର ପର୍ଯ୍ୟନ୍ତ ବଢାଯାଇଛି। ଉପଦ୍ରବକାରୀଙ୍କ ଉପରେ ନିୟନ୍ତ୍ରଣ ରଖିବା ଓ କୌଣସି ପ୍ରକାର ଉତ୍ତେଜନା ଯେଭଳି ସୃଷ୍ଟି ନହୁଏ, ସେଥିପ୍ରତି ଦୃଷ୍ଟିଦେଇ ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୦ଟା ଯାଏ ମୋବାଇଲ ଓ ସମସ୍ତ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି। ପ୍ରଶାସନ ପକ୍ଷରୁ ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିବା ସହରର ସୁନହଟ ତଥା ପାତ୍ରପଡ଼ା ଅଞ୍ଚଳରେ ପ୍ରଥମେ ୧୪୪ ଧାରା ଲାଗୁ କରାଯାଇଥିଲା। ମାତ୍ର ବିଳମ୍ବିତ ରାତିରେ ସୁଏଲପୁର ମାଣିଖମ୍ବ ଅଞ୍ଚଳରେ ଗୋଟିଏ ଗୋଷ୍ଠୀ ସକ୍ରିୟ ହେବା ସାଙ୍ଗକୁ କେତେକ ସ୍ଥାନରେ ଭଙ୍ଗାରୁଜା କରିବା କାରଣରୁ ସମଗ୍ର ପୌରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମାଇକ ଯୋଗେ ବାଲେଶ୍ବର ସହରର ପ୍ରତିଟି ଅଞ୍ଚଳରେ ଏହି କର୍ଫ୍ୟୁ ସମ୍ପର୍କରେ ପ୍ରଚାର କରାଯାଇଛି। ସହରର ଉତ୍ତେଜନା ପ୍ରବଣ ଅଞ୍ଚଳରେ ୪୦ ପ୍ଲାଟୁନରୁ ଅଧିକ ପୁଲିସ ଓ ସୁରକ୍ଷାବଳ ମୁତୟନ ହୋଇଥିବା ବେଳେ ଅପରାହ୍ଣରେ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଉଛି । ଏକାଧିକ ପୁଲିସ ପାଟ୍ରୋଲିଂ ଗାଡ଼ି ସହରରେ ପଇଁତରା ମାରୁଛି। ଗୋଷ୍ଠୀ ବିବାଦ ପ୍ରଶମନ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories