www.samajalive.in
Monday, December 15, 2025
16.1 C
Bhubaneswar

ବିଦ୍ୟାଳୟରେ ଲାଗିଥିବା ବାୟୋମ୍ୟାଟ୍ରିକ ବନ୍ଦ କଲେ ସରପଞ୍ଚ

ବଲାଣି : କରୋନା ଭୁତାଣୁକୁ ପ୍ରତିହତ କରିବାକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ନିର୍ଦେଶାବଳୀ ଲାଗୁ କରିଛନ୍ତି । ସେଥିମଧ୍ୟରୁ ଉପସ୍ଥାପନା ପଞ୍ଜିକୃତ କରିବାକୁ ବ୍ୟବହାର ହେଉଥିବା ବାୟୋମ୍ୟାଟ୍ରିକ ସିଷ୍ଟମର ବ୍ୟବହାର ଉପରେ ରୋକ ଲଗାଇଛନ୍ତି ସରକାର । ତେବେ ଏହାକୁ କିଛି ଶିକ୍ଷା ସଂସ୍ଥା ପାଳନ କରୁନଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲା ବଲାଣି ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲ ପକ୍ଷରୁ ଏହି ସରକାରୀ ନିର୍ଦେଶାବଳୀକୁ ଅବମାନନା କରୁଥିବାର ଅଭିଯୋଗ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସ୍କୁଲ ଛୁଟି ଥିବା ସମୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସ୍କୁଲକୁ ଆସିବାକୁ ନିର୍ଦେଶ ଦେବା ସହିତ ସରକାରୀ ନିର୍ଦେଶକୁ ଉଲଂଘନ କରି ବାୟୋମେଟ୍ରିକ ସିଷ୍ଟମରେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉପସ୍ଥାପନା ଦେବାକୁ ବାଧ୍ୟ କରୁଛନ୍ତି । ଏ ନେଇ ଅଭିଯୋଗ ପାଇ ବାଲାଗୋଡା ପଞ୍ଚାୟତର ସରପଞ୍ଚ ମଙ୍ଗଳ ମୁଣ୍ଡା ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ବିଦ୍ୟାଳୟର କର୍ମଚାରୀଙ୍କୁ ଏ ନେଇ ପଚାରି ବୁଝିଥିଲେ । ତେବେ ବିଦ୍ୟାଳୟର ଅଧ୍ୟକ୍ଷ ଅନୁପସ୍ଥିତ ଥିବା କାରଣରୁ ତାଙ୍କ ସହ ଫୋନରେ ଯୋଗାଯୋଗ କରି ସ୍ଥିତିର ଅନୁଧ୍ୟାନ କରିଥିଲେ ଓ ବିଦ୍ୟାଳୟରେ ଲାଗିଥିବା ବାୟୋମେଟ୍ରିକ ସିଷ୍ଟମକୁ ତତକ୍ଷଣାତ୍ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଯାହାକୁ ବିଦ୍ୟାଳୟ ପକ୍ଷରୁ ପାଳନ କରାଯାଇ ଉକ୍ତ ବାୟୋମେଟ୍ରିକ ସିଷ୍ଟମକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବନ୍ଦ କରିଥିଲେ। ଏହା ବ୍ୟତୀତ ଅନ୍ୟ ସ୍ଥାନରୁ ଆସୁଥିବା ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧ କରି ରଖିବାକୁ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦାଇତ୍ୱ ଓ ଏହାକୁ ନିର୍ବାହ କରିବାକୁ ବିଦ୍ୟାଳୟ କତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ ସରପଞ୍ଚ ମଙ୍ଗଳ ମୁଣ୍ଡା ।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories