www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଲକଡାଉନ୍: ଛଡ଼ାଇନେଲା ରୋଜଗାର, ଦାଉ ସାଜୁଛି କାଳବୈଶାଖୀ

ବଲାଣି: କରୋନା ଭୂତାଣୁ ଯୋଗୁ ସମଗ୍ର ଦେଶ ଲକ୍ ଡାଉନ୍ ରେ ରହିଛି । ଏହା ଯୋଗୁ ଅନେକ ନିଜର ଜୀବନ ଜୀବିକା ହରାଇ ବସିଛନ୍ତି । ଏପରି ସ୍ଥିତିରେ କାଳବୈଶାଖୀ ବୋଝ ଉପରେ ନଳିତା ବିଡା ସଦୃଶ ହୋଇ ପଡିଛି । ଯୋଡ଼ା ବ୍ଲକ ଅନ୍ତର୍ଗତ ବଲାଣି ଖଣି ଟାଉନସିପ୍ ଅଞ୍ଚଳରେ ରହୁଥିବା ତ୍ରିଲୋଚନ ମୁନି ଗୁରୁଦ୍ୱାରା ହଟିଂ ନିକଟରେ ଏକ ଜଳଖିଆ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ । ତେବେ ଲକ୍ ଡାଉନ୍ ଯୋଗୁଁ ୪୦ ଦିନ ହେଲା ତ୍ରିଲୋଚନ ଜୀବିକା ହରାଇ ଘରେ ବସିଥିବା ବେଳେ ଯାହା କିଛି ସଞ୍ଚିତ ଧନ ମଧ୍ୟ ଏହି ଲକ୍ ଡାଉନ୍ ସମୟରେ ଶେଷ ହୋଇ ଯାଇଛି । ଏପରି ସ୍ଥିତିରେ ଗତ ରାତିରେ କାଳ ବୈଶାଖୀ ତାଙ୍କର ଟିଣ ଛପରର ଜଳଖିଆ ଦୋକାନକୁ ଉଡାଇ ନେଇଛି । ତ୍ରିଲୋଚନଙ୍କ ପରିବାର କହିଲେ ଦୁଇ ପୁଅ ଓ ଦୁଇ ଝିଅ । ସେଥି ମଧ୍ୟରୁ ବଡ଼ ଝିଅକୁ ବାହା ଦେଇ ସାରିଥିବା ବେଳେ ସାନ ଝିଅର ବାହାଘର ନିମନ୍ତେ ପ୍ରସ୍ତୁତ ହେଉଥିଲେ । ଏହା ବ୍ୟତୀତ ବଡ଼ ପୁଅ ପାଠ ପଢା ସାରି ଲକ୍ ଡାଉନ୍ ପୂର୍ବରୁ ଏକ ଘରୋଇ ସଂସ୍ଥାରେ କାମ କରିବାକୁ ଯାଇ ସେଠାରେ କାମ ହରାଇ ଫସି ରହିଛି । ସାନ ପୁଅ +୨ରେ ପଢ଼ୁଥିବା ବେଳେ ତାର ଆଗକୁ ଥିବା ପାଠ ପଢା ତ୍ରିଲୋଚନଙ୍କ ନିମନ୍ତେ ଚିନ୍ତା ବଢ଼ାଇଛି । ଏପରି ପରିସ୍ଥିତିରେ ତାଙ୍କ ପରିବାରକୁ ଜୀବିକା ଯୋଗାଇ ଦେଉଥିବା ଜଳଖିଆ ଦୋକାନଟି କାଳବୈଶାଖୀରେ ଭାଙ୍ଗି ପଡିଥିବାରୁ ସମଗ୍ର ପରିବାର ଏବେ ଚିନ୍ତାରେ ରହିଛନ୍ତି। କରୋନା ଆମ ପରିବାର ଠାରୁ ଜୀବନ ଜୀବିକା ହରାଇ ବସିଥିବା ବେଳେ କାଳବୈଶାଖୀ ଆମ ପରିବାରର ମେରୁଦଣ୍ଡ ଭାଙ୍ଗି ଦେଇଥିବା ସେ ପ୍ରକାଶ କରିଛନ୍ତି । ଏ ନେଇ ସରକାରୀ ସାହାଯ୍ୟ ପାଇଁ ସେ ନିବେଦନ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories