www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଶଂସିତ ଶିକ୍ଷୟତ୍ରୀଙ୍କୁ ବଦଳି ପୁରସ୍କାର, ରାସ୍ତାକୁ ଓହ୍ଳାଇଲେ ଛାତ୍ରଛାତ୍ରୀ

ବଲାଙ୍ଗିର: ବଲାଙ୍ଗିର ଶିକ୍ଷା ବିଭାଗର ଅଜବନୀତି ଅଭିଯୋଗ । ଆଶ୍ରମରେ ରହିଥିବା ସମସ୍ୟା, ଅସୁବିଧା ଗୁଡିକ ଲୋକଲୋଚନକୁ ଆଣିବା ପରେ ଆକ୍ରୋଶ ମୂଳକ ଭାବେ ଜଣେ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଇଥିବା ଅଭିଯୋଗ ଆସିଛି। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା କସ୍ତୁରବା ଆବାସିକ ବିଦ୍ୟାଳୟରୁ। ଆବାସିକ ବିଦ୍ୟାଳୟରେ ରହିଥିବା ସମସ୍ୟା ନେଇ ଆଶ୍ରମ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସେ କିଛି ପଯକ୍ଷେପ ନନେବାରୁ ଆଶ୍ରମ ଅନ୍ତେବାସୀ ଅଗଷ୍ଟ ୧ ତାରିଖରେ ରାସ୍ତାରୋକ କରିଥିଲେ। ଏହି ଘଟଣାରେ ଆକ୍ରୋଶ ମୂଳକ ଭାବରେ ଏହି ନିଷ୍ପତ୍ତି ଶିକ୍ଷା ବିଭାଗ ଗ୍ରହଣ କରିଥିବା ଅଭିଯୋଗ ହୋଇଛି।। ଯାହାକୁ ଘୋର ବିରୋଧ କରିଛନ୍ତି ଆଶ୍ରମର ଅନ୍ତେବାସିନୀ ମାନେ। ଆଶ୍ରମରେ ରହୁଥିବା ଅନ୍ତେବାସୀଙ୍କ କହିବା ଅନୁସାରେ ଉକ୍ତ ବିଦ୍ୟାଳୟରେ କାର୍ୟ୍ୟ କରୁଥିବା ଶିକ୍ଷୟିତ୍ରୀ ସେମାନଙ୍କୁ ନିଜ ଛୁଆ ଭଳି ଯତ୍ନ କରିଥାନ୍ତି। ସେମାନଙ୍କ ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୋଇଥାନ୍ତି। କିନ୍ତୁ କସ୍ତୁରବା ଆଶ୍ରମର ଭାରାପ୍ରାପ୍ତ ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଆଶ୍ରମ ୱାର୍ଡେନ ଓ ଜିଲ୍ଲା ସଂଯୋଜକ ମିଳିମିଶି ତାଙ୍କୁ ରାଜନୀତିରେ ଫସାଇ ଦେଇ ତାଙ୍କ ବଦଳି କରିଦିଆଯାଇଥିବା ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ପୁନଃ ଅବସ୍ଥାପିତ କରିବା ପାଇଁ ରବିବାର ଅନ୍ତେବାସିନୀ ମାନେ ଆଶ୍ରମ ଛାଡି ଦୈାଡି ପଳାଇଥିଲେ। ଏଠାରେ ସୂଚନାଯୋଗ୍ୟ କସ୍ତୁରବା ଆବାସିକ ବିଦ୍ୟାଳୟର ଅନ୍ତୋବାସିନୀ ମାନଙ୍କୁ ଦିଆଯାଉଥିବା ଅତ୍ୟାଚାର ରାସ୍ତାରୋକ ସମୟରେ ସାମ୍ନାକୁ ଆସିଥିଲା। ସିସିଟିଭି କ୍ୟାମେରା ବନ୍ଦ କରି ଛାତ୍ରୀ ମାନଙ୍କୁ ସଂପୃକ୍ତ ୱାର୍ଡେନ ବାଲି, ଗେଟି, କାଠ ଉପରକୁ ବୁହାଇବା ଏବଂ ଛାତ୍ରୀ ମାନଙ୍କ ପାଇଁ ଆସୁଥିବା ସମସ୍ତ ସାମଗ୍ରୀ ସେମାନଙ୍କୁ ଠିକ ଭାବେ ଦିଆଯାଉନଥିବା ବେଳେ ଅତ୍ୟନ୍ତ ନିମ୍ନମାନର ଖାଦ୍ୟ ସେମାନଙ୍କୁ ଦିଆଯାଉଥିବା ଅନ୍ତେବାସିନୀ ମାନେ ଅଭିଯୋଗ କରିଥିଲେ। ଆଶ୍ରମରେ ୧୨୭ ଜଣ ଅନ୍ତେବାସୀ ରହୁଛନ୍ତି।ସେମାନେ ସମସ୍ୟା ବିଷୟରେ ଆଶ୍ରମରେ ଅଭିଯୋଗ କଲେ ସେମାନଙ୍କୁ ଆଶ୍ରମରୁ ବାହାର କରିଦେବାକୁ ପ୍ରଧାନ ଶିକ୍ଷୟିତ୍ରୀ ଓ ୱାର୍ଡେନ ଧମକ ଦେଉଥିବା ସିଧାସଳଖ ଅଭିଯୋଗ କରିଛନ୍ତି ଅନ୍ତେବାସିନୀ ମାନେ। ଏହିଭଳି ପରିସ୍ଥିତିରେ ୱାର୍ଡେନ ଓ ପ୍ରଧାନ ଶିକ୍ଷୟିତ୍ରୀ ସବୁ ସମୟରେ ନାଲିଆଖି ଦେଖାଉଥିବାରୁ ନିଜକୁ ଅସୁରକ୍ଷିତ ମଣୁଥିବା ଅନ୍ତେବାସିନୀ ମାନେ ପ୍ରଧାନ ଶିକ୍ଷୟିତ୍ରୀ, ୱାର୍ଡେନ ଓ ଆକାଉଣ୍ଟାଣ୍ଟଙ୍କ ବଦଳି ଦାବି କରିଛନ୍ତି। ତେବେ ରାଜନୀତିର ପଶାପାଲିରେ ରହିଥିବା ଏହି ଆଶ୍ରମର ସମସ୍ୟା ସମାଧାନ କରିବା ବଦଳରେ ସ୍ଥାନୀୟ ଶିକ୍ଷା ବିଭାଗ ଏହାକୁ ଆହୁରି ଜଟିଳ କରୁଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ ପ୍ରଶଂସା କରିଥିବା ଶିକ୍ଷୟିତ୍ରୀଙ୍କୁ ବଦଳି ପୁରସ୍କାର ଦେଇଥିବା ବେଳେ ଅଭିଯୋଗ ହୋଇଥିବା କର୍ମଚାରୀ ମାନଙ୍କୁ ପ୍ରତି ପ୍ରିୟାପ୍ରୀତି ପୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଏହି ସମସ୍ୟା ବିଷୟରେ ଜିଲ୍ଲାପାଳ ନିଜେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories