ଭିଜିଲାନ୍ସ ଜାଲରେ ବଲାଙ୍ଗୀର ବନ ବିଭାଗର ଡେପୁଟି ରେଞ୍ଜର

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ବନ ବିଭାଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର କେଶବଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ‌ କରାଯାଇଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ‌ ଜାରି ରହିଛି । ଡେପୁଟି ରେଞ୍ଜରଙ୍କ ଅଫିସ, ଭଡ଼ା ଘର, ଇନ୍ଦିରା ନଗର ସମେତ ୫ଟି ସ୍ଥାନରେ ଚଢ଼ାଇ ଜାରି ରଖିଛି ଭିଜିଲାନ୍ସ। ବରଗଡ଼, ସୋନପୁର , ସମ୍ବଲପୁର ଓ ବଲାଙ୍ଗୀର ଟିମ୍‌ର ଏହି ଚଢାଉରେ ସାମିଲ ଅଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧାର କେଶବଙ୍କ ଘରୁ ନଗଦ ଟଙ୍କା ଓ ସୁନା ସହ ବିଭିନ୍ନ ଜରୁରୀ କାଗଜ ପତ୍ର ଜବତ ହୋଇଥିବାର ସୂଚନା ମିଳିଛି।

Comments are closed.