www.samajalive.in
Saturday, December 13, 2025
23.1 C
Bhubaneswar

୩ କନଷ୍ଟେବଳଙ୍କୁ ନିଲମ୍ବନ କଲେ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର

ବଲାଙ୍ଗିର:ସହରର ସୁଦପଡ଼ା ଅଞ୍ଚଳରେ କୁଚିଆ ମଦ ବିକ୍ରି କରୁଥିବା ଜାଣିବା ପରେ ସେଠାରେ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ସେଠାରୁ ପ୍ରାୟ ୬୦ରୁ ଅଧିକ ପାଉଚ୍ ଜବତ ହୋଇଥିଲା। ଏହି ଚଢ଼ାଉ ଅଭିଯାନରେ ୩ଜଣ କନଷ୍ଟେବଳ ସାମିଲ ହୋଇଥିଲେ। ତେବେ ପାଉଚ ମଦ ଜବତ ନେଇ ଏହି ୩ଜଣ କନଷ୍ଟେବଳ ସହରାଞ୍ଚଳ ଥାନାକୁ କୌଣସି ଦେଇନଥିଲେ। ଏ ସଂପର୍କରେ ବଲାଙ୍ଗିର ଏସପି ନୀତିନ କୁଶଲକର ଖବର ପାଇବା ପରେ ଏହାର ତଦନ୍ତ କରିଥିଲେ। ଘଟଣାରେ ସତ୍ୟତା ଥିବା ଅବଗତ ହେବା ପରେ ବଲାଙ୍ଗିର ଏସପି ନୀତିନ କୁଶଲକର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଚଢ଼ାଉ ସମୟରେ ଜବତ ହୋଇଥିବା ପାଉଚ ମଦ ସମ୍ପର୍କରେ ସହରାଞ୍ଚଳ ଥାନାକୁ ଜଣାଇନଥିବାରୁ ଏଥିରେ ସାମିଲ ହୋଇଥିବା ୩ କନେଷ୍ଟବଳଙ୍କୁ ବଲାଙ୍ଗିର ଏସପି ନୀତିନ କୁଶଲକର ନିଲମ୍ବନ କରିଥିବା ଜଣାପଡିଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories