କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି, ୨୯ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ

ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ଷୁଦ୍ର ଜଳସେଚନ ବିଭାଜନରେ କର୍ମଚାରୀ ମରୁଡି, ୨୯ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ
ବଲାଙ୍ଗିର: ବଲାଙ୍ଗିର ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ଷୁଦ୍ର ଜଳସେଚନ ବିଭାଜନରେ କର୍ମଚାରୀ ମରୁଡି ଦେଖା ଦେଇଛି। କାର୍ଯ୍ୟାଳୟରେ ଅଧାରୁ ଅଧିକ ପଦବୀ ଖାଲି ପଡିଛି। ଫଳରେ ବିଭିନ୍ନ ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହେଉଛି। ସେହିପରି ବିଭାଗରେ ଉପ ନିର୍ବାହୀ ଯନ୍ତ୍ରୀ(୧ ପଦବୀ) ପଦ ଖାଲି ରହିଛି। ୧୦ କନିଷ୍ଠ ଯନ୍ତ୍ରୀ ଆବଶ୍ୟକ ଥିବା ବେଳେ ମାତ୍ର ୩ଜଣ ଅଛନ୍ତି। ପୂର୍ବରୁ ଥିବା କିରାଣୀ ବଦଳି ହୋଇ ଚାଲି ଯାଇଥିବା ବେଳେ ନୂଆ କିରଣୀ ଦିଆଯାଇ ନାହିଁ। ଜଣେ ବରିଷ୍ଠ କିରାଣୀଙ୍କ ସହ ୩ କନିଷ୍ଠ କିରାଣୀ ଓ ୧୨ ପିଅନ ପଦବୀ ଖାଲି ପଡିଥିବା ଜଣାପଡିଛି। ସେହିପରି ୪ ବଦଳରେ ଜଣେ ମାତ୍ର ଡ୍ରାଇଭର ରହିଛନ୍ତି। ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଗରେ ଅଧାରୁ ଅଧିକ ସଂଖ୍ୟକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ଖାଲି ଥିବାରୁ ବିଭାଗର ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହେଉଛି। ବିଭିନ୍ନ ପ୍ରକଳ୍ପ ଅଧପନ୍ତରିଆ ଭାବେ ପଡି ରହିଛି। ମରାମତି କାମରେ ବ୍ୟାଘାତ ସୃଷ୍ଟି ହେଉଛି। ବିଭାଗୀୟ ସରକାରୀ କ୍ୱାଟର୍ ଗୁଡିକର ମରାମତି କାମ ମଧ୍ୟ ହୋଇ ପାରୁନଥିବା ଜଣା ପଡିଛି। ଜିଲାର ବିଭିନ୍ନ ବ୍ଲକରେ ଚାଲି ଥିବା ୨୯ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି।

prayash

ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଜନ(ଏମ୍ଆଇ) କାର୍ଯ୍ୟାଳୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କଠୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ଯାଏଁ ବହୁ ପଦବୀ ଖାଲି ପଡିଛି। ପୂର୍ବରୁ ପଦୋନ୍ନତି ପାଇ ଇଂ.ରବି ରଥ ଏଠାରେ ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। କିନ୍ତୁ ବିଭିନ୍ନ ପ୍ରକଳ୍ପ କାମ ତଦାରଖ ବେଳେ ସେ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ ହେଉ ନଥିବା ଓ କାମ ମନ୍ଥର ଗତିରେ ଚାଲିଥିବାରୁ ବିଭାଗୀୟ ବାବୁମାନଙ୍କୁ ତାଗିଦ କରୁଥିଲେ। କିନ୍ତୁ ସେ ଛୁଟି ନେଇ ରହିଲେ। ବାରମ୍ବାର ଛୁଟି ବଢାଇ ଚାଲିଲେ। ଏପଟେ ବିଭାଗୀୟ ଉନ୍ନୟନ କାମ ମଧ୍ୟ ଠପ୍ ହୋଇଗଲା। ଶେଷରେ କଳାହାଣ୍ଡି ନିର୍ବାହୀ ଯନ୍ତ୍ରୀଙ୍କୁ ବଲାଙ୍ଗିରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ କେତେବେଳେ ବଲାଙ୍ଗିର ତ କେତେବେଳେ କଳାହାଣ୍ଡି ଦାୟିତ୍ୱ ବୁଝୁଛନ୍ତି। ଠିକ୍ ଭାବେ କାମ ଆଗେଇ ପାରୁ ନାହିଁ।

kalyan agarbati

Comments are closed.