www.samajalive.in
Saturday, December 6, 2025
19.1 C
Bhubaneswar

ସକମା ଗାଁରେ ଜଳ ଯୋଗାଣରେ ଅବ୍ୟବସ୍ଥା

ବଲାଙ୍ଗିର: ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସକମା ଗାଁରେ ଗ୍ରାମ୍ୟ ଜଳ ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଛି। ସମସ୍ୟା ସମ୍ପର୍କରେ ପଞ୍ଚାୟତ ସରପଞ୍ଚ ଆଖି ବୁଜି ଦେଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଠାରେ ଦୃଷ୍ଟି ଆକର୍ଷଣ କଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନାହିଁ। ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର ବ୍ୟୟ ଅଟକଳରେ ପମ୍ପ ଗୃହ ନିର୍ମାଣ ହୋଇଛି। ସକମା ପଞ୍ଚାୟତରେ ଥିବା ପମ୍ପ ଗୃହରେ ବର୍ତ୍ତମାନ ନାହିଁ ନଥିବା ଅସୁବିଧା।ଜଳ ଯୋଗାଣ ପ୍ରତି ୨ ଦିନରେ ଥରେ କରାଯାଉଥିବା ବେଳେ ଏହାକୁ ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଆବଶ୍ୟକ ଅନୁଯାୟୀ ଲୋକେ ଯୋଗାଣ ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। କେବଳ ସେତିକି ନୁହେଁ, ମୁଖ୍ୟ ଟାଙ୍କି ଠାରେ ଥିବା ସୁଫ୍ ଟାଙ୍କି ରହିଛି। ଯେଉଁଠି ପାଣି ଚଳେଇବା ପାଇଁ ଚାବି ବ୍ୟବହାର କରାଯାଇଥାଏ। ସେଠି ଗଦା ଗଦା ଅଳିଆ ପଡିଥିବା ବେଳେ ଦୀର୍ଘ ଦିନ ହେଲା ସଫା କରାଯାଉ ନାହିଁ।

ଏପରିକି ପାଣି ସଫା କରାଯିବା ପାଇଁ ବ୍ଲିଚିଂ ପାଉଡର ମଧ୍ୟ ଦିଆଯାଉନଥିବା ଗାଁର ସଚେତନ ନାଗରିକମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସରକାର ପଞ୍ଚାୟତ କର୍ତ୍ତୁପକ୍ଷଙ୍କ ହାତରେ ଜଳ ଯୋଗାଣ ପରିଚାଳନା ଦାୟିତ୍ୱ ପ୍ରଦାନ କରିଥିବା ବେଳେ ପଞ୍ଚାୟତ କର୍ତ୍ତୁପକ୍ଷ କେବେ ତାଙ୍କ ଦାୟିତ୍ୱ ଠିକ ଭାବେ ପରିଚାଳନା କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ନେଇ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ ବନ୍ଦ ଥିବାରୁ କୌଣସି ପ୍ରତିକ୍ରିୟା ମିିଳିପାରି ନାହିଁ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories