www.samajalive.in
Sunday, December 7, 2025
13.1 C
Bhubaneswar

କରୋନା ସଙ୍କଟକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି; ଟିକାର ପୃଥକ ମୂଲ୍ୟକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ

ନୂଆଦିଲ୍ଲୀ: କରୋନା ସଙ୍କଟକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ମଙ୍ଗଳବାର ଶୁଣାଣି ହୋଇଛି। ଏହି ଅବସରରେ ସଂକ୍ରମଣର ମୁକାବିଲା ପାଇଁ ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ମାଗିଥିବା ଜାତୀୟ ଯୋଜନାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଛି। ଏହାକୁ ଅନୁଧ୍ୟାନ କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିବା ସହିତ ଟିକାର ପୃଥକ ମୂଲ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଯଦି ବର୍ତ୍ତମାନର ସ୍ଥିତି ଜାତୀୟ ଜରୁରୀ ପରିସ୍ଥିତି ନୁହେଁ, ତେବେ ଆଉ କ’ଣ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଥିଲେ। ଶୁଣାଣି ସମୟରେ ଅମ୍ଳଜାନ ଏବଂ ଟିକାର ଯୋଗାଣ ଉପରେ ଆଲୋଚନା ହୋଇଥିଲା। ଅଦାଲତ ଅମ୍ଳଜାନ ସମେତ ମେଡିକାଲ ଆବଶ୍ୟକତା ଉପରେ କେନ୍ଦ୍ରକୁ ତଥ୍ୟ ମାଗିଛନ୍ତି। ଆସନ୍ତା ଶୁକ୍ରବାର ଏହା ଉପରେ ଶୁଣାଣି ହେବ।

କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟଗୁଡ଼ିକୁ ଅମ୍ଳଜାନ ଯୋଗାଣ ଉପରେ ଚିଠି ପଠାଯାଇଥିବା ନେଇ ଦାଖଲ ହୋଇଥିବା ରିପୋର୍ଟରେ କୁହାଯାଇଛି। ତେବେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଶୁଣାଣିର ଅର୍ଥ ହାଇକୋର୍ଟରେ ଶୁଣାଣିକୁ ବନ୍ଦ କରିବା ନୁହେଁ। ହାଇକୋର୍ଟ ସ୍ଥାନୀୟ ପରିସ୍ଥିତିକୁ ଭଲ ଭାବେ ବୁଝିପାରିବେ। ଜାତୀୟ ପ୍ରସଙ୍ଗରେ ଆମର ହସ୍ତକ୍ଷେପ ଜରୁରୀ ଥିଲା। ଆମେ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ବୟ ରଖିବାର କାର୍ଯ୍ୟ କରିବୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

- Advertisement -

ଅଦାଲତରେ ସଲିସିଟର ଜେନେରାଲ କହିଥିଲେ ଯେ, କରୋନାର ପ୍ରଥମ ତରଙ୍ଗ ୨୦୧୯-୨୦ରେ ଆସିଥିଲା। କିନ୍ତୁ ୨ୟ ତରଙ୍ଗ କେବେ ଆସିବ ତାହା ଅନୁମାନ କରାଯାଇ ନ ଥିଲା। ସରକାର ଏହାକୁ ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଜାତୀୟ ସ୍ତରରେ ସରକାର ପରିସ୍ଥିତିର ପରିଚାଳନା କରୁଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ବୈଠକ କରୁଛନ୍ତି। ତେବେ ଏହା ଉପରେ ସୁପ୍ରିମକୋର୍ଟ କହିଥିଲେ, ସେ କେନ୍ଦ୍ର ଦ୍ବାରା ଦାଖଲ କରାଯାଇଥିବା ଯୋଜନା ଦେଖି ନାହାନ୍ତି। ରାଜ୍ୟଗୁଡ଼ିକୁ ବି ଏହି ପ୍ଲାନରୁ ଲାଭ ମିଳିବ ବୋଲି ଆଶା କରାଯାଉଛି। ଆମେ ଏହାକୁ ଦେଖିବୁ। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଅମ୍ଳଜାନ ଯୋଗାଣ ଏବଂ ଉପଲବ୍ଧତାର ତଥ୍ୟ ମାଗିଛନ୍ତି। ଏହା ସହିତ ମେଡିକାଲ ସୁବିଧା, ଜରୁରୀ ଔଷଧକୁ ନେଇ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ତାହାକୁ ନେଇ ତଥ୍ୟ ମାଗିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories