www.samajalive.in
Friday, December 5, 2025
26.1 C
Bhubaneswar

ଟିଟିଲାଗଡ ଉପଖଣ୍ଡରେ ମହଜୁଦ ରହିଛି ଅମ୍ଳଜାନ

ଟିଟିଲାଗଡ଼:ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ, ଉପଖଣ୍ଡ ଡାକ୍ତରଖାନାରେ ତଥା କରୋନା ସେବା କେନ୍ଦ୍ରରେ ରୋଗୀ ସେବା ପାଇଁ ଅମ୍ଳଜାନର କୌଣସି ସମସ୍ୟା ନଥିବା ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅମ୍ଳଜାନ ଅଭାବ ନେଇ ରୋଗୀଙ୍କ ମୃତ୍ୟୁ ନେଇ କିଛି ଗଣମାଧ୍ୟମ ଖବର ପ୍ରସାରିତ ହୋଇଥିଲା। ସୋମବାର ଜଣେ ଗୁରୁତର ରୋଗୀଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଅଣାଯାଇଥିଲା। ସେ ସମୟରେ ରୋଗୀର ମୁହଁରୁ ଫେଣ ବାହାରୁଥିଲା। କିଛି ସମୟ ମଧ୍ୟରେ ରୋଗୀଙ୍କ ମୃତ୍ୟୁ ଘଟିଲା। ଏନେଇ ଅମ୍ଳଜାନର ଅଭାବ ଦର୍ଶାଇ ଗଣ୍ଡଗୋଳ କରିଥିଲେ। ମୃତ୍ୟୁର କିଛି କ୍ଷଣ ମଧ୍ୟରେ ପରିବାର ଲୋକେ ମୃତଦେହ ନେଇ ଚାଲିଯିବାରୁ ମୃତ୍ୟୁର କାରଣ ଜଣାପଡି ନାହିଁ ବୋଲି ଉପଜିଲାପାଳ କହିଛନ୍ତି।

 

- Advertisement -

ଅନ୍ୟପକ୍ଷରେ ଉପଖଣ୍ଡର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ପାଇଁ ଉପ ଜିଲାପାଳଙ୍କ ଫୋନ ନମ୍ବର ଉପଲବ୍ଧ ରହିଛି। ନିଜେ ଫୋନ କରି ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଥିବା କହିଛନ୍ତି। ଟିଟିଲାଗଡ କରୋନା ସେବା କେନ୍ଦ୍ରକୁ ୧୮୬ ଶଯ୍ୟାକୁ ବୃଦ୍ଧି କରାଯିବା ପ୍ରସ୍ତାବ ରହିଛି। ଡା. ଓମକାର ହୋତାଙ୍କୁ ସେବା କେନ୍ଦ୍ରର ଦାୟିତ୍ୱ ପ୍ରଦାନ କରାଯାଇଛି। ଜନସାଧାରଣର ମିଥ୍ୟା, ଭ୍ରମ, ଅପବାଦ, ଗୁଜବ ପ୍ରସାରରୁ ଦୂରେଇ ରହି ସହଯୋଗ କରିବାକୁ ଉପଜିଲାପାଳ ଶ୍ରୀ ଉପାଧ୍ୟାୟ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories