ବଲାଙ୍ଗିର: ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ। ଦୁର୍ଘଯଣା ପରେ ଡ୍ରାଇଭର କିମ୍ବା ହେଲ୍ପର ଫେରାର ହୋଇଥିବା ବେଳେ ଓଲଟି ପଡିଥିବା ଟ୍ରକରୁ ଚାଉଳ ବୋହି ନେଇଛନ୍ତି ଲୋକେ ।
ଛତିଶଗଡ଼ ଗାଡି ନମ୍ବର ଥିବା ଟ୍ରକଟି ଦେଓଗାଁ ପଟକୁ ଆସୁଥିବା ବେଳେ ଭୂତିଆର ବାହାଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ଭୋରରୁ ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକାମାନେ ସବୁ ଚାଉଳ ବୋହି ନେଇଥିବା ଦେଖିବାକୁ ମିଳିଛି। ଏନେଇ ଦେଓଗାଁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।



