Patra electronics

ପୁଇଁତଳା ବିଡିଓଙ୍କୁ କାର୍ଯ୍ୟାଳୟରୁ ଉଠାଇନେଲେ ଦୁବୃର୍ତ୍ତ

0

ବଲାଙ୍ଗୀର : ବଲାଙ୍ଗୀର ଜିଲା ପଇଁନ୍ତଳା ବିଡିଓଙ୍କୁ ଶୁକ୍ରବାର ଦୁବୃର୍ତ୍ତମାନେ ଅଫିସରୁ ଅପହରଣ କରିନେଇଥିବା ଜଣାପଡିଛି। ସୂଚନା ଅନୁସାରେ ଶୁକ୍ରବାର ୪ଟାରୁ ୪.୩୦ ମିନିଟ ମଧ୍ୟରେ ଏହି ଘଟଣା ଘଟିଛି। ପଇଁନ୍ତଳା ବିଡିଓ ସରୋଜ କୁମାର ମିଶ୍ର ତାଙ୍କ କାର୍ଯ୍ୟାଳୟରେ ବସିଥିବା ସମୟରେ ଏକ ଗାଡିରେ ୧୦ ରୁ ୧୨ଜଣ ଯୁବକ ଆସି ତାଙ୍କୁ ଉଠାଇ ନେଇଥିଲେ। ଏମାନଙ୍କ ମଧ୍ୟରୁ ୫ଜଣ ଦୁବୁର୍ତ୍ତ ବିଡିଓଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ପରେ ଏହି ଦୁବୃର୍ତ୍ତ ବିଡିଓଙ୍କ ମୁହଁ ବନ୍ଦ କରି ଗାଡି ଭିତରକୁ ଜୋର ଜବରଦସ୍ତ ନେଇ ଯାଇଥିଲେ।
ଏ ନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ଛାନଭିନ ଆରମ୍ଭ ହୋଇଯାଇଛି। ଅଫିସରେ ଲାଗିଥିବା ସିସିଟିଭି ଫୁଟଏଜକୁ ନେଇ ପୁଲିସ ତଦନ୍ତ ଚଳାଇଛି। ବିଡିଓ କାର୍ଯ୍ୟାଳୟର ମାତ୍ର ୨୦୦ ମିଟର ଦୂରରେ ଥାନା ରହିଥିଲେ ମଧ୍ୟ ପୁଲିସ ଖବରପାଇ ଶୀଘ୍ର ଆସିନଥିବା ଅଭିଯୋଗ ହୋଇଛି।

Leave A Reply