www.samajalive.in
Sunday, December 7, 2025
14.1 C
Bhubaneswar

ରେଳବାଇ ଭୂତଳ ପୋଲରେ ଲହଡ଼ି ମାରୁଛି ପାଣି ; ଯିବାକୁ ଡରୁଛନ୍ତି ଲୋକେ

ଟିଟିଲାଗଡ଼ : ଟିଟିଲାଗଡ ଅଞ୍ଚଳରେ ଗତ କିଛି ଦିନ ଧରି ଅଛରାଏ ଲେଖାଏଁ ବର୍ଷାରେ ରେଲବାଇ ପକ୍ଷରୁ ନିର୍ମିତ ଭୂତଳ ପୋଲ ଜଳମଗ୍ନ ହେବା ଅଞ୍ଚଳବାସୀଙ୍କ ନିଦ ହଜାଇଛି। ପ୍ରାୟ ଦୁଇ ବର୍ଷ ତଳେ ଗମନାଗମନ ପାଇଁ ଉନ୍ମୁକ୍ତ ଏହି ପୋଲ ନିର୍ମାଣ ନେଇ ଅତିତରେ ସହରବାସୀଙ୍କ ସଂଗ୍ରାମର ଇତିହାସ ରହିଛି। ସହରକୁ ସମାନ ଦୁଇ ଭାଗ କରି ଲମ୍ବିଥିବା ରେଳଧାରଣା ପାର କରିବାକୁ ହାଟପଦା ରେଲବାଇ ଫାଟକ ପ୍ରତିବନ୍ଧକ ସାଜିଥିବା ବେଳେ ଭୂତଳ ପୋଳ ନେଇ ଦାବି ଉଠିଥିଲା। ବର୍ଷ ବର୍ଷ ଧରି ସହରବାସୀଙ୍କ ଦାବି ପ୍ରତି ରେଳ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଥିଲା। ଏନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ଉଦ୍ୟମ କ୍ରମେ ରାଜ୍ୟ ସରକାର ପ୍ରାୟ ୧୦ କୋଟି ଟଙ୍କା ପ୍ରଦାନ ପରେ ରେଳ ବିଭାଗ ପୋଲ କାମ ସମ୍ପୂର୍ଣ୍ଣ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା। ତେବେ ପୋଲର ନିର୍ମାଣ ଜନିତ ତୃଟି ନେଇ ପ୍ରତ୍ୟେକ ବର୍ଷା ଋତୁରେ ପୋଲଟି ଜଳମଗ୍ନ ହେବା ଚିନ୍ତାର କାରଣ ସାଜିଛି। ଚଳିତ ବର୍ଷ ସେତେ ବେଶି ବର୍ଷା ହୋଇନଥିବା ବେଳେ ଏବେ ପୋଖରୀ ସାଜିଛି। ଅପରପକ୍ଷରେ ଦୁଇ ଲେନ ବିଶିଷ୍ଟ ପୋଲ ରାସ୍ତାକୁ ଗୋଟିଏ ପଟକୁ ରେଳ ବିଭାଗ ପକ୍ଷରୁ ଅବରୋଧ କରିଦିଆଯାଇଛି। ଏନେଇ ଲୋକଙ୍କ ଆବାଗମନ ନେଇ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଜମି ରହୁଥିବା ପାଣିରେ ପୋକଜୋକ, ମଶା, ସାପ ବିଛା ବଂଶ ବୃଦ୍ଧି କରିବା ବଡ କଥା ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତା ଉଦ୍ରେକ କରିଛି। ଉପରେ ରେଳଧାରଣା ଲମ୍ବିଥିବା ବେଳେ ବର୍ଷା ହେଲେ ଛାତ ରନ୍ଧ୍ରରୁ ପାଣି ଝରୁଥିବା ଦେଖାଯାଇଛି। ରେଳ ବିଭାଗ ସମସ୍ୟା ନେଇ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories