www.samajalive.in
Monday, December 15, 2025
27.1 C
Bhubaneswar

କୋଭିଡ୍ ପାସ ଲଗାଇ କଫ୍‍ସିରଫ୍‍ ଚୋରା ଚାଲାଣ ; ୩ଅଟକ

ବଲାଙ୍ଗୀର: ତାଲା ବନ୍ଦ ବେଆଇନ୍‍ ନିଶା କାରବାର ଚଳାଇଥିବା ଲୋକଙ୍କ ରାସ୍ତାରେ ସମସ୍ୟା ହୋଇଛି। କିନ୍ତୁ ଚତୁରତାର ସହ ନିଜ କାରବାର ଚଳାଇ ଆସୁଥିଲେ ମାଫିଆମାନେ। ବଲାଙ୍ଗିର ସଦର ଥାନା ପୁଲିସ କୋଭିଡ ପାସ୍‍ ଲାଗିଥିବା ଏକ ୪୦୭କୁ ଯାଞ୍ଚ କଲା ବେଳେ ସେଥିରେ ବେଆଇନ ଭାବେ ଚଲାଣ ହେଉଥିବା ୭ ପେଟି କଫ୍‍ସିରଫ୍‍ ଜବତ କରିଛି।

ସୂଚନା ଅନୁଯାୟୀ, ମହାମାରୀ କରୋନା ପାଇଁ ତାଲା ବନ୍ଦ କରାଯାଇଛି। ସାମଗ୍ରୀ ପରିବହନ ପାଇଁ ମିଳିଥିବା ସୁଯୋଗ ନେଇଛନ୍ତି ଅସାଧୁ କଫ୍‍ସିରଫ ବେପାରୀ। କୋଭିଡ ପାଇଁ ଖାଦ୍ୟ ସାମଗ୍ରୀ ପରିବହନ ପାଇଁ ଅନୁମତି ପାଇଥିବା (ସିଜି ୦୪ଜେଡି ୪୪୯୮) ନମ୍ବର ୪୦୭ ଗାଡିରେ ଚାଲାଣ ହେଉଥିଲା କଫ୍‍ସିରଫ। ବଲାଙ୍ଗିର-ପାଟଣାଗଡ ଯିବା ରାସ୍ତାର ଖୁଣ୍ଟପାଲି ଛକରେ ରବିବାର ଅପରାହ୍ନାରେ  ସଦର ଥାନା ପୁଲିସ ଗାଡି ଯାଞ୍ଚ କରୁଥିଲା। ଏହି ସମୟରେ କୋଭିଡ ପାସ୍‍ ଲାଗିଥିବା ୪୦୭ ଗାଡିଟି ପହଞ୍ଚିଥିଲା। ଗାଡି ଯାଞ୍ଚ କଲା ବେଳେ ସେଥିରେ କଫ୍‍ସିରଫ ଥିବା ଜଣାପଡିଥିଲା। ଏହାପରେ ଗାଡିକୁ ଜବତ କରିଥିଲା ପୁଲିସ। ଏହି ଗାଡିରେ ଥିବା କଫ୍‍ସିରଫ ଚାଲାଣକାରୀ ଲରମ୍ଭା ଥାନା ଘସିଏନର ଅଏଁଲାତୁଙ୍ଗା ଗାଁର ପିତବାସ ସାହୁ, ଗାଡି ଚାଳକ ଲରମ୍ଭା ଲୁହାସିଂହାର ବିଶିକେଶନ ପୁଟେଲ ଓ ସହଯୋଗୀ ବିମଳ ପୋଢକୁ ସଦର ଥାନା ପୁଲିସ ଅଟକ ରଖିଛି। ଏନେଇ ଥାନାରେ ୧୩୬ ନମ୍ବର ମାମଲା ରୁଜୁ ହୋଇଥିବା ବେଳେ ତିନି ଅଟକଙ୍କୁ ପୁଲିସ ପଚରା ଉଚୁରା ଚଳାଇଛି। ତଥ୍ୟ ଅନୁସାରେ, ନୟାଗଡରୁ ଏହି କଫସିରଫ ଅଣାଯାଉଥିବା ବେଳେ ପିତବାସ ଏହାକୁ ଅଏଁଲାତୁଙ୍ଗା ନେଉଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories