ସମସ୍ୟା ଘେରରେ ସରକାରୀ ଆର୍ୟୁବେଦିକ ମହାବିଦ୍ୟାଳୟ

ବଲାଙ୍ଗୀର : ସମସ୍ୟା ବୁଝିବା ଓ ଏହାର ସମାଧାନ କରିବା ଆଶା ନେଇ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ମଙ୍ଗଳବାର ବଲାଙ୍ଗୀର ସରକାରୀ ଆର୍ୟୁବେଦ ମହାବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ଏହି ଗସ୍ତ ସମୟରେ ସ୍ଥାନୀୟ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପରିଦର୍ଶନ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ବିଭିନ୍ନ ସମସ୍ୟା ସଂପର୍କରେ ଛାତ୍ରଛାତ୍ରୀ, ମହାବିଦ୍ୟାଳୟ ପ୍ରଶାସନଙ୍କ ସହ ଶ୍ରୀ ମିଶ୍ର ଆଲୋଚନା କରିଥିଲେ।

prayash

ମହାବିଦ୍ୟାଳୟରେ ଆବଶ୍ୟକ ଥିବା ବିଭିନ୍ନ ବିଭାଗର ଅଧ୍ୟାପକଙ୍କ ଅଭାବ, ଚିକିତ୍ସାଳୟରେ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ଅଭାବ ଯୋଗୁଁ ଶିକ୍ଷାଦାନ ଓ ଚିକିତ୍ସାରେ ସମସ୍ୟା ଦେଖାଦେଉଥିବା ଉପସ୍ଥିତ ଥିବା ଅଧ୍ୟକ୍ଷ ଏବଂ ଛାତ୍ର ସଂସଦର ସଭାପତି ଓ କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ। ଏପରିକି ଉପରୋକ୍ତ ଅଭାବ ଯୋଗୁଁ ଆର୍ୟୁବେଦିକ କଲେଜରେ ବାର୍ଷିକ ନାମଲେଖା ସମୟରେ ସ୍ୱୀକୃତି ମିଳିବାରେ ସମସ୍ୟା ହେଉଥିବାର ଦେଖାଯାଉଛି। ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଛାତ୍ରାବାସ ଓ ଶ୍ରେଣୀଗୃହ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଆଲୋଚନା ପରେ ବିଧାୟକ ଶ୍ରୀ ମିଶ୍ର ଭିତ୍ତିଭୂମିର ନିର୍ମାଣରେ ନିଜପଟୁ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ସେହିପରି ଅଧ୍ୟାପକ ଅଭାବ ଓ କର୍ମଚାରୀ ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ ସେ ସରକାରଙ୍କ ଉପରେ ଚାପ ପକାଇବେ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ମାନଙ୍କୁ କହିଥିଲେ। ବୈଠକରେ ଉପସ୍ଥିତ ଅଧ୍ୟକ୍ଷଙ୍କୁ କଲେଜର ଯାହା କିଛି ସମସ୍ୟା, ଆବଶ୍ୟକତା ଅଛି ତାହାର ଏକ ସବିଶେଷ ବିବରଣୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦରକାର ଅଛି ତାର ଏକ ସବିଶେଷ ବିବରଣୀ ଶିଘ୍ର ପ୍ରଦାନ କରିବାକୁ ଶ୍ରୀ ମିଶ୍ର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକ ପରେ ଛାତ୍ର ସଂସଦ ପକ୍ଷରୁ ବିଧାୟକଙ୍କ ସହ ସ୍ୱତନ୍ତ୍ର ଭାବେ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛାତ୍ର ସଂସଦ ତରଫରୁ ସଭାନେତ୍ରୀ କୁମାରୀ ଜିରୁ ଓଜସ୍ୱିନୀ ରେଡ୍ଡି ମାନ୍ୟବର ବିଧାୟକଙ୍କୁ ଏକ ଦାବିପତ୍ର ମାଧ୍ୟମରେ କଲେଜରେ ଖେଳ ପଡିଆ, କଲେଜ ପରିସରରେ ହାଇମେକ୍ସ ଲାଇଟ, ଆୟୁର୍ବେଦ ଗାର୍ଡେନ, ପିଇବା ପାଣି ଏବଂ ସରକାରୀ ଶୁଲଭ ଆୟୁର୍ବେଦ ଔଷଧ ଦୋକାନର ବ୍ୟବସ୍ଥା କରିବା ପାଇଁ ଦାବି ଜଣାଇଥିଲେ। ଏହି ସବୁ ସମସ୍ୟା ଗୁଡିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ମିଶ୍ର କହିଥିଲେ। ଡାକ୍ତରଖାନାରେ ରୋଗୀ ମାନଙ୍କ ପାଇଁ ଆମ୍ବୁଲାନ୍ସ ସମସ୍ୟା ରହିଥିବା ବେଳେ ସରକାର ଏନେଇ ୬ମାସ ମଧ୍ୟରେ କୈାଣସି ପଦକ୍ଷେପ ଗ୍ରହଣ ନ କରିଲେ ସେ ନିଜେ ଅନ୍ୟ କୈାଣସି ପାଣ୍ଠିରୁ ଏହି ସମସ୍ୟାର ସମାଧାନ କରିବେ ବୋଲି ସେ ଛାତ୍ରଛାତ୍ରୀ ମାନଙ୍କ ଆଗରେ ପ୍ରକାଶ କରିଥିଲେ।ଏହା ସହିତ ଆର୍ୟୁବେଦ ଚିକିତ୍ସା ପ୍ରତି ରହିଥିବା ତାଙ୍କର ବିଶ୍ୱାସ ଓ ଅନୁଭୂତି ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. ଅରୁଣ କୁମାର ଦାଶ, ପ୍ରଫେସର ଡା. ପ୍ରଦୀପ କୁମାର ପଣ୍ଡା, ଛାତ୍ର ସଂସଦ ଉପଦେଷ୍ଟା ଡା. ସିମାଦ୍ରୀଭୂଷଣ ନାୟକ, ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଡା. ପ୍ରଶାନ୍ତ ପ୍ରଧାନ, ଡା. ପ୍ରକାଶ ଚନ୍ଦ୍ର ଦାଶ, ଡା. ଜ୍ୟୋତି ରଂଜନ ମେହେର ତଥା ଛାତ୍ର ସଂସଦ ସଭାନେତ୍ରୀ ଜିରୁ ଓଜସ୍ୱିନୀ ରେଡ୍ଡି ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

kalyan agarbati

Comments are closed.