ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଜରକ ପଞ୍ଚାୟତରେ ରହିଛି ଏକ ଏମିତି ଆଦିବାସୀ ଅଧ୍ୟୁଷିତ ଗ୍ରାମ ଯୋଉଁ ଗ୍ରାମରଲୋକେ ସରକାରୀ ସୁବିଦ୍ଧା ପାଇବରେ ବଞ୍ଚିତ ଥିବା ଦେଖିବାକୁ ମିଳିଛି। ଗରିବ ଆଦିବାସୀ ନାଁରେ ଯୋଜନା ପରେ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାର କରୁଥିବାବେଳେ ଯୋଜନାରୁ ବଦ ପଡ଼ିଛନ୍ତି ଜରକ ପଞ୍ଚାୟତର ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁଚେଇଡିହ ବଣସାହି। ସମସ୍ୟା ସମ୍ପର୍କରେ ସରକାରଙ୍କ ପ୍ରଶାସନ ଦାୟିତ୍ୱରେ ରହୁଥିବା ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ।
ଗାଁରେ ନା ଅଛି ବିଶୁଦ୍ଧ ପାନୀୟ ଜଳ ନା ଅଛି ଅଙ୍ଗନବାଡ଼ି କେନ୍ଦ୍ର ପାଣି ପାଇଁ ଚୁଆ ହିଁ ଭରଷା। ଏହି ଚୁଆ ପାଣି ବ୍ୟବହାର କରି ସାଧାରଣଲୋକେ ନାନା ରୋଗରେ ପଡୁଛନ୍ତି। ଶିକ୍ଷା ପାଇଁ ବାଧକ ସାଜିଛି ଦୁର୍ଗମ ଜଙ୍ଗଲ ରାସ୍ତା ଭାଲୁ, ବାରହା ଓ ହାତୀ ବିଚରଣ କରୁଥିବାରୁ ପିଲାଙ୍କ ଭୟ ରହିଛି। ସ୍ୱାସ୍ଥ୍ୟ କଥା ନକହିବା ଭଲ । ଗାଁକୁ ୧୦୮ ,୧୦୨ ଆମ୍ବୁଲାନ୍ସ ଯିବର ପ୍ରଶ୍ନ ଉଠୁନି। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ କିମ୍ବା ଗର୍ଭବତୀଙ୍କ ଗର୍ଭଯନ୍ତ୍ରଣା ହେଲେ ୩କିଲୋମିଟର ଖଟିଆରେ ବୁହା ହୋଇ କୁଚେଇଡିହ ଗାଁକୁ ଆସିଥାନ୍ତି । ଆଜି ପର୍ଯ୍ୟନ୍ତ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ ଶୁଭ ଦୃଷ୍ଟି ଏହି ଗ୍ରାମରେ ପଡ଼ିନଥିବା କଥା ଗ୍ରାମବାସୀ ମାନେ ଅତି ଦୁଃଖର ପ୍ରକାଶ କରିଛନ୍ତି।


