ବାଲ୍ ଗଙ୍ଗାଧର ତିଲକ
ପୂଜ୍ୟ ପ୍ରଣାମ
ଜନମାନସରେ ଲୋକମାନ୍ୟ ତିଲକ ଭାବେ ପରିଚିତ ବାଲ ଗଙ୍ଗାଧର ତିଲକ ମହାରାଷ୍ଟ୍ରର ଚିଖଲୀ ଗାଁରେ ୧୮୫୬ ଜୁଲାଇ ୨୩ରେ ଜନ୍ମଗ୍ରହଣ କରିଥିଲେ। ଜଣେ ଭାରତୀୟ ଜାତୀୟବାଦୀ, ସାମ୍ବାଦିକ, ଶିକ୍ଷକ, ସମାଜ ସଂସ୍କାରକ, ଏବଂ ସ୍ୱାଧୀନତା ଆନ୍ଦୋଳନକାରୀ ଥିଲେ ବାଲ ଗଙ୍ଗାଧର ତିଲକ। ବ୍ରିଟିଶ ଉପନିବେଶ ଅଧିକାରୀଗଣ ତାଙ୍କୁ “ଭାରତୀୟ ଆନ୍ଦୋଳନର ପିତା” ନାମରେ ଅଭିହିତ କରିଥିଲେ। ବ୍ରିଟିଶ୍ ଶାସନ ସମୟରେ ପୂର୍ଣ୍ଣ ସ୍ବାଧୀନତାର ଦାବି ପ୍ରଥମେ ଉତ୍ଥାପନ କରିଥିଲେ ବାଲ ଗଙ୍ଗାଧର ତିଲକ। ଏକାଧିକବାର କାରାବରଣ କରିଥିବା ସ୍ବରାଜ ଆନ୍ଦୋଳନର ବଳିଷ୍ଠତମ ସମର୍ଥକ ବାଲ ଗଙ୍ଗାଧର ତିଲକ ‘କେସରୀ’ ଓ ‘ମରାଠା’ ନାମରେ ଦୁଇଟି ଖବରକାଗଜ ପ୍ରକାଶ କରି ବ୍ରିଟିଶ୍ ସରକାର ବିରୋଧରେ ଲେଖୁଥିଲେ। ଇଂରାଜୀ ଭାଷାରେ ଭାରତୀୟ ଲୋକଙ୍କୁ ଶିକ୍ଷିତ କରିବା ପାଇଁ ତାଙ୍କ ଉଦ୍ୟମରେ ଡେକାନ୍ ଏଜୁକେସନ୍ ସୋସାଇଟି ପ୍ରତିଷ୍ଠା ହୋଇଥିଲା। ୧୮୯୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିବା ଏହି ମହାନ୍ ଜନନାୟକ ୧୯୨୦ ଅଗଷ୍ଟ ୧ତାରିଖରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
Comments are closed.