www.samajalive.in
Saturday, December 13, 2025
27.1 C
Bhubaneswar

ଗୋପବନ୍ଧୁ ଭବନରେ ବାଜପେୟୀ

କଟକ: ପରଲୋକ ଗମନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୯୯୪ ସେପ୍ଟେମ୍ବର ୨ରେ ଗୋପବନ୍ଧୁ ଭବନସ୍ଥିତ ‘ସମାଜ’ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ବିଜେପିର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡ଼ିଶା ଆସିଥିବା ଅବସରରେ ବାଜପେୟୀ ‘ସମାଜ’ କାର୍ଯ୍ୟାଳୟକୁ ଆସି ତତ୍କାଳୀନ ସମ୍ପାଦକ ଡଃ ରାଧାନାଥ ରଥଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ପ୍ରାୟ ୧୫ ମିନିଟ ଆଲୋଚନା ହୋଇଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା ଲୋକସେବକ ମଣ୍ଡଳ ଦ୍ୱାରା ପରିଚାଳିତ ଦୈନିକ ‘ସମାଜ’ ସର୍ବଦା ସ୍ୱଚ୍ଛ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରୁଥିବାରୁ ଏହା ଓଡ଼ିଶାବାସୀଙ୍କ ପ୍ରିୟ ଖବରକାଗଜ ପାଲଟିଛି ବୋଲି ବାଜପେୟୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। କେବଳ ସେତିକି ନୁହେଁ, ‘ସମାଜ’ ତାହାର ରିଲିଫ ପାଣ୍ଠି ଜରିଆରେ ବିଭିନ୍ନ ବର୍ଗର ଦୁସ୍ଥ ଓ ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା ପ୍ରସଙ୍ଗକୁ ବାଜପେୟୀ ଉଚ୍ଚପ୍ରଶଂସା କରିଥିଲେ। ଏହି ଅବସରରେ ବାଜପେୟୀଙ୍କୁ ‘ସମାଜ’ ଅନୁଷ୍ଠାନ ପକ୍ଷରୁ ଉପହାର ସ୍ୱରୂପ କୋଣାର୍କ ଚକ୍ର ଓ ଗୋପବନ୍ଧୁଙ୍କ ଜୀବନୀ ସଂକ୍ରାନ୍ତ ପୁସ୍ତକ ପ୍ରଦାନ କରାଯାଇଥିଲା। ‘ସମାଜ’ ସଭାଗୃହରେ ସ୍ଥାନିତ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଓ ମହାମନିଷୀଙ୍କ ଫଟୋଚିତ୍ର ଦେଖି ସେ ଅତ୍ୟନ୍ତ ପ୍ରୀତ ହୋଇଥିଲେ। ଏହି ଅବସରରେ ‘ସମାଜ’ର ତତ୍କାଳୀନ ସହଯୋଗୀ ସମ୍ପାଦକ ମନୋରମା ମହାପାତ୍ରଙ୍କ ସମେତ ସମ୍ପାଦକୀୟ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ବାଜପେୟୀଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories