www.samajalive.in
Monday, December 15, 2025
27.1 C
Bhubaneswar

ବଜାରକୁ ଆସିବ ସିଏନଜି ପଲସର, ପାଓ୍ବର ସହିତ ମିଳିବ ଅଧିକ ମାଇଲେଜ୍

ନୂଆଦିଲ୍ଲୀ : ସାରା ବିଶ୍ବରେ ପ୍ରଥମ ସିଏନଜି ମୋଟରସାଇକେଲ ଆଣିଥିଲା ବଜାଜ । ବଜାଜ ସିଏନଜି ମୋଟରସାଇକେଲ ବଜାଜ ଫ୍ରିଡମ ୧୨୫ ଆଣିଥିଲା । ଏବେ ଏହି ମୋଟରସାଇକେଲକୁ ପ୍ରାୟ ୮ ମାସ ବିତିଯାଇଛି । ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏହାର ୫୦ ହଜାରରୁ ଅଧିକ ୟୁନିଟ୍ ବିକ୍ରି କରିସାରିଛି । ଏବେ କମ୍ପାନୀ ନିଜ ପଲସରର ସିଏନଜି ମଡେଲ ବଜାରକୁ ଆଣିବାକୁ ପ୍ରସ୍ତୁତ ହେଉଛି ।

କମ୍ପାନୀ ଆଗାମୀ ବର୍ଷକ ମଧ୍ୟରେ ପଲସରର ସିଏନଜି ମଡେଲ ଆଣିବାକୁ ପ୍ରସ୍ତୁତ ହେଉଛି । କେବଳ ୧୫୦ ସିସି ମଡେଲର ସିଏନଜି ଭର୍ସନ ଆସିବ । କମ୍ପାନୀ ପାଓ୍ବର କମ୍ ନକରି ଅଧିକ ମାଇଲେଜ୍ ଆଣିବାକୁ ଚାହୁଁଥିବାରୁ ୧୫୦ ସିସି ମଡେଲର ସିଏନଜି ଭର୍ସନ ବଜାରକୁ ଆସିବ । ବଜାଜ ରିୟଲ ଟାଇମ୍ ଫିଡବ୍ୟାକ୍ ପାଇଁ ଲଗାତର ବଜାର ସହିତ ଯୋଡି ହୋଇରହିଥାଏ ଏବଂ ନିଜ ରିସର୍ଚ୍ଚ ଟିମର ତଥ୍ୟ ଉପରେ ଗୁରୁତ୍ବ ଦେଇଥାଏ । ଗ୍ରାହକଙ୍କ ମତାମତକୁ ଗୁରୁତ୍ବ ଦେଇ ଏହାକୁ ସୁଧାରିବା ପାଇଁ ଚେଷ୍ଟା କରିଥାଏ । ଏହା ଫଳରେ କମ୍ପାନୀର ଉତ୍ପାଦ ଗ୍ରାହକଙ୍କୁ ପସନ୍ଦ ଆସିଥାଏ ।

- Advertisement -

ବଜାଜ ଫ୍ରିଡମରେ ୧୨୫ ସିସି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍ ରହିଛି ଯାହା ପେଟ୍ରୋଲ ଓ ସିଏନଜି ଉଭରେ ଚାଲିଥାଏ । ଇଞ୍ଜିନ ୯.୫ ପିଏସ୍ ଓ ୯.୭ ଏନଏମର ପିକ୍ ଟର୍କ ଉତ୍ପନ କରିଥାଏ । ଏହି ମୋଟରସାଇକେଲରେ ସିଏନଜି ସିଲିଣ୍ଡର ସିଟ ତଳେ ଫିଟ୍ କରାଯାଇଛି । ଏଥିରେ ୨ କେଜିର ସିଏନଜି ସିଲିଣ୍ଡର ଓ ୨ ଲିଟରର ପେଟ୍ରୋଲ ଟ୍ୟାଙ୍କ ଦିଆଯାଇଛି । ଏହି ମୋଟରସାଇକେଲରେ ୧୧ ସେଫ୍ଟି ଟେଷ୍ଟ କରାଯାଇଛି । କମ୍ପାନୀ ଏହାକୁ ୭ଟି ରଙ୍ଗର ବିକଳ୍ପ ସହିତ ବଜାରକୁ ଆଣିଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories