ଭୁବନେଶ୍ବର: ବାହାନଗା ରେଳ ଷ୍ଟେସନରେ ମାନବୀୟ ତ୍ରୁଟି ଓ ରେଳ ରୁମରେ ତ୍ରୁଟି ଯୋଗୁଁ ସେଠାରେ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଆଜି ସିବିଆଇ ପକ୍ଷରୁ ୩ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ସିବିଆଇ ପକ୍ଷରୁ ଆଇପିସି ଧାରା ୩୦୪ ଏବଂ ୨୦୧ରେ ୩ ରେଳ କର୍ମଚାରୀଙ୍କୁ ଗିରପ କରାଯାଇଛି। ଜାଣିକି ଅପରାଧ ଘଟାଇଥିବା ଅଭିଯୋଗରେ ୩ଜଣ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି। ସେମାନେ ଜାଣିକି ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଅଭିଯୋଗରେ ଏହି ୩ଜଣଙ୍କୁ ଗିରଫ କରାଯାଇଛି। ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ ଏବଂ ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନଙ୍କୁ ସିବିଆଇ ପକ୍ଷରୁ ଗିରଫ କରାଯାଇଛି। ସେହିପରି ଟେକ୍ନିସିଆନ ପପୁ କୁମାରଙ୍କୁ ସିବିଆଇ ଗିରଫ କରିଛି।
ଏଠାରେ ସୂଚନା ଯୋଗ୍ୟ ଯେ ଗତ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ ଅଦ୍ୟାବଧି ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଶିକାର ହୋଇଥିବା କିଛି ଲୋକ ଏବେ ବି ଚିକିତ୍ସାଧୀନ ଅଛନ୍ତି। ସିଗନାଲ୍ ଓ ଟେଲିକମ୍ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ରେଲୱେ ସୁରକ୍ଷା କମିଶନର (ସିଆର୍ଏସ୍) ରେଳବୋର୍ଡ ନିକଟରେ ଦାଖଲ କରିଥିବା ରିପୋର୍ଟରୁ ଜଣାପଡ଼ିଥିଲା।



