www.samajalive.in
Sunday, December 7, 2025
14.1 C
Bhubaneswar

ନଦୀରେ ବୁଡି ହୋଇଥିଲେ ନିଖୋଜ: ୩ ଦିନ ପରେ ମିଳିଲା ମୃତଦେହ

ବଡବିଲ: କେନ୍ଦୁଝର ଜିଲ୍ଲା ବଡବିଲ ଥାନା ହାୟାରପୁରରେ ଅଭାବନୀୟ ଘଟଣା ଘଟିଛି। ନଦୀରେ ବୁଡି ନିଖୋଜ ହେବାର ୩ ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ଦୁଲୁ ମୁଣ୍ଡା ବୋଲି ଜଣାପଡିଛି। ସୂଚନା ଅନୁସାରେ ଦୁଲୁ ୨ ଦିନ ତଳେ ଗାଁର କିଛି ଯୁବକଙ୍କ ସହ ମିଶି ଗାଁ ନିକଟରେ ଥିବା କାରୋ ନଦୀକୁ ମାଛ ଧରିବାକୁ ଯାଇଥିଲେ । କୌଣସି ଅସାବଧାନତା କାରଣରୁ ଦୁଲୁଙ୍କ ଗୋଡ ଖସି ଯାଇଥିଲା। ଦୁଇ ଦିନ ହେବ ଦୁଲୁ ନଦୀରେ ବୁଡି ନିଖୋଜ ରହିଥିଲେ। ବୁଧବାର ସକାଳୁ କିଛି ସ୍ଥାନୀୟ ଲୋକ ଦୁଲୁଙ୍କ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର କରିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories