www.samajalive.in
Saturday, December 13, 2025
21.1 C
Bhubaneswar

ବଡ଼ସାହିର ଆଉ ୬ଟି ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ବଡ଼ସାହି :  ବଡ଼ସାହି ବ୍ଳକର ଆଉ ୬ଟି ପଞ୍ଚାୟତରେ ସୋମବାର ପିଠା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଛେଳିଆ(କ), ସୁହାଗପୁର, ବଡ଼ସାହି, ସାନକେରକୋ, ଟଙ୍ଗାଶୋଳ ଓ ଗୁଡିଆଲବନ୍ଧ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପୃଥକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ମାନ୍ୟବର ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ଉପାଧ୍ୟକ୍ଷ ଅର୍ନ୍ତଯ୍ୟାମୀ ବେହେରା, ରାଜ୍ୟ ନୋଡ଼ାଲ ଅଫିସର ଶକୁନ୍ତଳା ବିନ୍ଧାଣୀ, ପିଡିଡିଆରଡିଏ ତୁଷାରକାନ୍ତ ମହାନ୍ତି ଓ ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ ଯୋଗଦେଇଥିଲେ। ଏଥିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଅଧ୍ୟକ୍ଷତା କରିଥିବା ବେଳେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟା ସଭ୍ୟମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ବେଣୁଧର ସାହୁ, ଜିପିଓ ପଞ୍ଚାନନ ମହାପାତ୍ର, ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ମଧୁଛନ୍ଦା ଗିରି, ସାମାଜିକ ସୁରକ୍ଷା ଅଧିକାରୀ ବ୍ରଜମୋହନ ସିଂ ଓ ହିସାବ ଅଧିକାରୀ ସିଦ୍ଧନାଥ ହାଁସଦାଃଙ୍କ ସମେତ ସମସ୍ତ ଲାଇନ ଡ଼ିର୍ପାଟମେଣ୍ଟର ପ୍ରତିନିଧି ତଥା କର୍ମଚାରୀ ଏଥିରେ ଯୋଗ ଦେଇଥିଲେ। ସରକାରଙ୍କ ଏହି ଯୋଜନାର ସଫଳ ରୂପାୟନ ପାଇଁ ଉପସ୍ଥିତ ଜନସାଧାରଣଙ୍କ ସହଯୋଗ ସମସ୍ତେ କାମନା କରିଛନ୍ତି। ବିଜୁ ଯୁବବାହନୀର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories