www.samajalive.in
Saturday, December 13, 2025
27.1 C
Bhubaneswar

ଗାଁ କମିଟି ନିଷ୍ପତ୍ତି ପାଇଁ ଦୁଶ୍ଚିନ୍ତାରେ ଜଣେ ବିଷ ପିଇଥିବା ଅଭିଯୋଗ

ବଡ଼ସାହି : ଗାଁ କମିଟିର ନିଷ୍ପତ୍ତି ପରେ ଦୁଶ୍ଚିନ୍ତାରେ ଜଣେ ବ୍ୟକ୍ତି ବିଷ ପିଇ ଗୁରତର ହୋଇଥିବା ଅଭିଯୋଗ ହୋଇଛି। ଅସୁସ୍ଥ ଜଣଙ୍କ ହେଲେ ବୈଶିଙ୍ଗା ଥାନା ବଡ଼ସାହି ବ୍ଲକ, ଶାଳଗାଁ ପଞ୍ଚାୟତ ଅଧୀନ ସୋରଷକୋଠା ଗ୍ରାମର ରାମଚନ୍ଦ୍ର ଗିରି(୫୨)। ଘରେ ଥିବା ଓସ୍ତାଦ ନାମକ କୀଟନାଶକ ଖାଇ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ବାଲେଶ୍ୱର ଡ଼ାକ୍ତରଖାନା ଅବସ୍ଥା ସଂକଣ୍ଟାପର୍ଣ୍ଣ ହେବାପରେ କଟକ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।
ପ୍ରକାଶ ଯେ, ସୋରିଷକୋଠା ଗ୍ରାମର ନାଲୁ ମାହାନ୍ତିଙ୍କ ପାଳ ଜମିକୁ ଲାଗି ଥିବା ବୁଢ଼ାବଳଙ୍ଗ ନଦୀ ଗଣ୍ଡରେ ରାମଙ୍କ ସହିତ ୧୦ଜଣ ଗ୍ରାମବାସୀ ଅଂଶିଦାର ଭାବେ ମାଛ ଧରୁଥିବା ଜଣାପଡିଛି। ତେବେ ଦଶହରା ଦିନ ରାମଚନ୍ଦ୍ର ଓ ତାଙ୍କ ୨ପୁଅ ଉକ୍ତ ଗଣ୍ଡ ଉପର ମୁଣ୍ଡରେ ସମାନ୍ତରାଳ ଅନ୍ୟ ଜାଲ ବିଛାଇଥିଲେ। ଯାହାକୁ କେନ୍ଦ୍ର କରି ଉଭୟପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ବାଲେଶ୍ୱର ଜିଲା ମହାନ୍ତିପଡ଼ା ନିବାସୀ ରାମଙ୍କ ଶଳା ୧୦/୧୫ଜଣ ବ୍ୟକ୍ତିଙ୍କ ସହ ଆସି ଗ୍ରାମବାସୀଙ୍କୁ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିବାର ଜଣାପଡିଛି। ଆକ୍ରମଣରେ ଜଣେ ଯୁବକ ଆହାତ ହୋଇ ବୈଶିଙ୍ଗା ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ତାଙ୍କ ପରିବାର ଘଟଣାରେ ଗାଁ କମିଟି ସହାୟତା ଚାହିଁଁଥିଲେ। ଫଳରେ କମିଟି ସଭାପତି ନବଘନ ରାଉତଙ୍କ ସଭାପତିତ୍ୱରେ ଏକ ବୈଠକ ବସିଥିଲା। ରାମ ଗଣ୍ଡଗୋଳ ସମ୍ପର୍କରେ ନିଜ ଶଳା ଜଡ଼ିତ ଥିବା କହି ନିଜେ ତଥା ୨ପୁଅ ନିର୍ଦ୍ଦୋଷ ବୋଲି କହିଥିଲେ। ଫଳରେ କମିଟି ସଦସ୍ୟ ଅଭିଯୁକ୍ତ ଶଳାଙ୍କୁ କମିଟି ସମ୍ମୁଖରେ ହାଜର ପାଇଁ କହିଥିଲେ। ନିର୍ଦ୍ଧାରିତ ତାରିଖ ସୋମବାର ରାମ ନିଜ ଶଳାଙ୍କୁ କମିଟି ସମ୍ମୁଖରେ ହାଜର କରିପାରି ନଥିଲେ। ଫଳରେ କମିଟି ରାମଙ୍କ ୪ମାଣ ଚାଷ ଜମି ଗାଁ ଦେବତୀ ମା’ ଶୀତଳାଙ୍କ ନାମରେ ଏକ ରାଜିନାମା ପୂର୍ବ ପ୍ରଦାନ ପାଇଁ କହିଥିଲେ। ଯେଉଁ ଦିନ ଅଭିଯୁକ୍ତ ଶଳା କମିଟି ସଦସ୍ୟଙ୍କ ସମ୍ମୁଖରେ ପହଞ୍ଚି ଭୁଲ ସ୍ୱୀକାର କରିନେବେ, ସେହିଦିନ ରାମ ନିଜ ଜମି ଫେରିପାଇବେ ବୋଲି କୁହାଯାଇଥିଲା। ଏହି ଘଟଣାର ଦିନକ ପରେ ରାମ ଦୁଶ୍ଚିନ୍ତାରେ କୀଟନାଶକ ଖାଇଦେଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ଖବର ପାଇ ବୈଶିଙ୍ଗା ଥାନାଧିକାରୀ ଗାଁ କମିଟି ସଭାପତି ଓ ସଦସ୍ୟଙ୍କୁ ଥାନାକୁ ଡ଼ାକି ତଦନ୍ତ କରୁଥିବା ଜଣାପଡ଼ିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories