www.samajalive.in
Saturday, December 6, 2025
14.1 C
Bhubaneswar

ବଡ଼ସାହିରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ: ସ୍ୱଚ୍ଛଭାରତ, ରକ୍ତଦାନ ଶିବିର ଓ କୋଭିଡ଼ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଡ଼ସାହି: ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ୧୪୩ତମ ଜୟନ୍ତୀ ଅବସରରେ ଶୁକ୍ରବାର ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ, କେନ୍ଦୁଡ଼ିହା ପଞ୍ଚାୟତରେ ସ୍ୱଚ୍ଛଭାରତ, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ କୋଭିଡ଼ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ସାମାଜିକ ଦୂରତା ରକ୍ଷା ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ହଳଦୀପଦାର ଗୋପବନ୍ଧୁ ୟୂଥକ୍ଲବ, ‘ସମାଜ’ ଓ ବିକାଶ ମଞ୍ଚ ପକ୍ଷରୁ ମିଳିତ ଭାବେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ବଡ଼ସାହିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚୈତନ୍ୟ ସୋରେନ ଉଦ୍‍ଘାଟନ କରିଥିଲେ।

- Advertisement -

ଆମନ୍ତ୍ରୀତ ଅତିଥି ଭାବେ କରୋନା ଯୋଦ୍ଧା ବଡ଼ସାହି ଡ଼ାକ୍ତରଖାନାର ଭାରପ୍ରାପ୍ତ ଚିକତ୍ସାଧିକାରୀ ସଞ୍ଚିବ କୁମାର ବୋଇତାଇ ଓ ସବଇନି୍‍ସପେକ୍ଟର ଅଶୋକ କୁମାର ବାରିକଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପାୟନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଦୁଇ ଅତିଥିଙ୍କ ସହିତ କୃଷି ବୈଜ୍ଞାନିକ ଡ଼. ଜଗନ୍ନାଥ ପାତ୍ର, ସମାଜସେବୀ ସରୋଜ ଦାଶ ଓ ସୁଧାଂଶୁ ଦାସ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୁଣ୍ୟାତ୍ମା ଉତ୍କଳମଣି ଦାସଙ୍କ ଫୋଟଚିତ୍ରରେ ଧୂପ, ଦୀପ ଓ ପୁଷ୍ପଗୁଚ୍ଛ ଅର୍ପଣ କରି ଓଡ଼ିଶା ପ୍ରତି ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ। ଯୁବ ସମାଜ ତାଙ୍କ ଚିନ୍ତାଧାରେ ନିଜକୁ ଉର୍ତ୍ସଗୀକୃତ କରିବାର ସମୟ ଆସିଛି ବୋଲି ସମସ୍ତେ କହିଥିଲେ। ପୂର୍ବାହ୍ଣରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ସମାପନ ପରେ କେନ୍ଦୁଡ଼ିହାସ୍ଥିତ କାଶୀନାଥ ନୋଡ଼ାଲ ହାଇସ୍କୁଲ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ୨୦ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ। ବାରିପଦା ବ୍ଲଡ଼ ବ୍ୟାଙ୍କର ଡ଼ାକ୍ତର ସୌମ୍ୟରଞ୍ଜନ ନାୟକଙ୍କ ନେତୃତ୍ୱରେ ବିନୋଦ କୁମାର ଘୋଷ, ସବିତାରାଣୀ ସେଜପଡ଼ା, ଶମ୍ଭୁନାଥ ପଲେଇ ଓ କରୁଣାକର ଜେନା ରକ୍ତ ସଂଗ୍ରହରେ ସହାୟତା କରିଥିଲେ। ସମ୍ବାଦଦାତା ମନୋଜ କୁମାର ପଣ୍ଡା, ଅରୁଣ ଓତା, ସମ୍ବିତ ରାଉତ, ପ୍ରକାଶ ଚନ୍ଦ୍ର ବେହେରା ଓ ସିଦ୍ଧାର୍ଥ ଅଗ୍ରୱାଲା କାର୍ଯ୍ୟକ୍ରମ ସଫଳ ରୂପାୟନରେ ସହଯୋଗ କରିଥିଲେ। କ୍ଲବର ଉପଦେଷ୍ଟା ଅଧ୍ୟାପକ ଯୋଗେଶ୍ୱର ମହାନ୍ତ, ସଭାପତି ଦୀପକ କୁମାର ବାରିକ ଓ ସମ୍ପାଦକ ବିଶ୍ୱଜିତ ବେହେରାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories