www.samajalive.in
Saturday, December 6, 2025
15.1 C
Bhubaneswar

କେନ୍ଦୁଡିହାରେ ଗ୍ରାମ ବିକାଶ କାର୍ଯ୍ୟକ୍ରମ

ବଡ଼ସାହି : କେନ୍ଦୁଡିହା କାଶୀନାଥ ବିଦ୍ୟାପୀଠ ପ୍ରାଙ୍ଗଣରେ ସୁଶାନ୍ତ କୁମାର ବେହେରା ଓ ଚନ୍ଦନ ଦାସଙ୍କ ନେତୃତ୍ୱରେ ଏକ ଗ୍ରାମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଠ ସମାଜସେବୀ ରଣଜିତ୍‍ ପାତ୍ର ସଭାପତିତ୍ୱ କରିଥିବା ବେଳେ ବଡ଼ସାହି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟମୀ ବେହେରା, ସମ୍ମାନୀତ ଅତିଥି ଭାବେ କେନ୍ଦୁଡିହା ପଞ୍ଚାୟତ ସମିତି ସଭ୍ୟା ରୀନା ନାଏକ ଓ ବଳଭଦ୍ରପୁର ପଞ୍ଚାୟତର ସଭ୍ୟ ଭାଗବତ ଦଣ୍ଡପାଟ ପ୍ରମୁଖ ଯୋଗଦେଇ କରି ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟ ତଥା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ନେଉଥିବା ପଦକ୍ଷେପ ଗୁଡିକ ଉପରେ ଲୋକ ମାନଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ କେନ୍ଦୁଡିହା ପଞ୍ଚାୟତର ଶତାଧିକ ପୁରୁଷ ମହିଳା ଯୋଗଦାନ କରିଥିଲେ। ରଘୁନାଥ ବେହେରା ମଞ୍ଚ ପରିଚାଳନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories