ପ୍ରିୟମ୍ବଦା ସ୍ମାରକୀ ଛାତ୍ର ବୃତ୍ତି ପ୍ରଦାନ
ବଡ଼ସାହି : ପଟିସାରୀ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସୁନୀଲ କୁମାର ଦ୍ୱିିବେଦ୍ୱୀଙ୍କ ପତ୍ନୀ ସ୍ୱର୍ଗତ ପ୍ରିୟମ୍ବଦା ଦ୍ୱିବେଦୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୂର୍ବବର୍ଷ ପରି ଚଳିତବର୍ଷ ଗୁରୁ ଦିବସରେ ଜଣେ କୃତୀ ଛାତ୍ରଙ୍କୁ ବୃତ୍ତି ପ୍ରଦାନ କରାଯାଇଛି। ଗ୍ରାମରେ ଥିବା ୟୁଜିମଇ ବିଦ୍ୟାଳୟର ୭ମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଥାଏ। ତେଣୁ ମଙ୍ଗଳବାର ଗୁରୁଦିବସ ଅବସରରେ ଏହି ବୃତ୍ତି ପ୍ରଦାନ ଉତ୍ସବ ପ୍ରଧାନ ଶିକ୍ଷକ ସନ୍ତୋଷ ତରେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପରିଚାଳନା କମିଟିର ଚେୟାରମ୍ୟାନ ଦିବାକର ବାରିକ ଓ ସ୍ୱର୍ଗତାଙ୍କ ସୁପୁତ୍ର ସୁବାସ ଦ୍ୱିବେଦୀ ଯୋଗ ଦେଇଥିଲେ। ଏଥିରେ ଯୋଗଦେଇ ସେ ଛାତ୍ରୀ ପ୍ରକୃତି ବେହେରାଙ୍କୁ ୧୮୦୦ ଟଙ୍କା ଆର୍ଥିକ ସହାୟତା ରାଶି ଓ ମାନପତ୍ର ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ନିରଞ୍ଜନ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ।