ବଡ଼ସାହି : ଜଣେ ବୃଦ୍ଧା(୬୦)ଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗକୁ ଆଧାରରେ ମୟୂରଭଞ୍ଜ ଜିଲା, ବଡ଼ସାହି ପୁଲିସ୍ ଏକ ମାମଲା ରୁଜୁ କରିଛି। ବିଳମ୍ବରେ ଆସିଥିବା ଅଭିଯୋଗରୁ ପ୍ରକାଶ ଯେ, ବୁଧବାର ରାତି ପ୍ରାୟ ୧୧ଟା ସମୟରେ ବୃଦ୍ଧା ମହିଳା ଜଣଙ୍କ ଗୋଠ ପୂଜା ଦେଖି ଘରକୁ ଫେରୁଥିଲେ। ତେବେ ଗ୍ରାମର ମନୋଜ ସିଂ ତାଙ୍କୁ ମଦ ପିଇବା ବାହାନାରେ ଭାଟିକୁ ଡ଼ାକି ନେଇଥିଲେ। ମଦ ନପାଇ ଉଭୟେ ଘରକୁ ଫେରୁଥିବା ବେଳେ ଏକୁଟିଆର ସୁଯୋଗ ପାଇ ତାଙ୍କୁ ବିଲକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ପରେ ମହିଳା ଜଣଙ୍କ ଘରକୁ ଫେରି ନଥିବାରୁ ପରିବାର ଲୋକେ ତାପରଦିନ ସକାଳେ ଖୋଜାଖୋଜି କରି ତାଙ୍କୁ ଗୁରୁତର ଅବସ୍ଥାରେ ବିଲରୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ସମସ୍ତ ବିଷୟ ଜାଣି ମହିଳାଙ୍କ ପୁଅ ଅଭିଯୁକ୍ତଙ୍କ ଘରକୁ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଏବାବଦରେ ଅଭିଯୋଗ ପାଇ ପୁଲିସ୍ ଗୁରୁବାର ସନ୍ଧ୍ୟାରେ ଏକ ବଳାତ୍କାର ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Popular Categories



