www.samajalive.in
Sunday, December 7, 2025
26.1 C
Bhubaneswar

ଆସିଛୁ ତେଲେଙ୍ଗାନାରୁ; ରହିବୁ କ୍ବାରେଣ୍ଟାଇନରେ

ବଡ଼ସାହି : ‘ସାର ଆମେ ତେଲେଙ୍ଗାନାରୁ ଆସିଛୁ। କ୍ୱାରେନଟାଇନ କେନ୍ଦ୍ରରେ ରହିବୁ, ବ୍ଲକକୁ ଖବର ଦିଅନ୍ତୁ’। ଗୁରୁବାର ଅପରାହ୍ଣ ସମୟରେ ଜାତୀୟ ରାଜପଥର ବୈଶିଙ୍ଗା ଥାନା ପଦ୍ମଲାଭପୁର ଠାରେ ନିର୍ମାଣାଧୀନ ଟୋଲଗେଟରେ ନିୟୋଜିତ ପୁଲିସଙ୍କ ପାଖରେ ଚାଲିଚାଲି ପହଞ୍ଚି ଏପରି ନିବେଦନ କରିଥିଲେ ବଡ଼ସାହି ବ୍ଲକ ସମେତ ମୟୁରଭଞ୍ଜ ଜିଲାର ବିଭିନ୍ନ ବ୍ଲକକୁ ଫେରୁଥିବା ୨୯ଜଣ ପ୍ରବାସୀ ଶ୍ରମିକ।

ଦେଉଳିଆ ପଞ୍ଚାୟତ ଜରକାବେଡ଼ା ଗ୍ରାମର ବାଙ୍ଗୁରୁ ସିଂଙ୍କ କହିବାନୁଯାୟୀ, ତାଙ୍କ ଭଳି ଫେରିଥିବା ସମସ୍ତେ ତେଲେଙ୍ଗାନା ରାଜ୍ୟର କରିବନଗରରେ ଥିବା ମାର୍ବଲ-ଗ୍ରାନାଇଟ କାରଖାନାର ଶ୍ରମିକ। କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ପାଇଁ ମାର୍ଚ୍ଚ ୨୪ତାରିଖରୁ ସରକାରଙ୍କ ତାଲାବନ୍ଦ ଘୋଷଣା ପରେ କାରଖାନା ବନ୍ଦ ହୋଇଥିଲା। ଘରକୁ ଫେରିବା ପାଇଁ କଟକଣା ଥିବାରୁ ଶ୍ରମିକ ମାନେ ଆସିପାରୁ ନଥିଲେ। ତେବେ ସେଠାରେ ରହିବା ଓ ଖାଇବା ବ୍ୟବସ୍ଥା କାରଖାନା ମାଲିକ ବ୍ୟବସ୍ଥା କରିଥିଲେ। ମାତ୍ର ଶ୍ରମିକ ଘରକୁ ଫେରିବା କଟକଣା ହଟିବା ପରେ ୩ୟ ପର୍ଯ୍ୟାୟ ତାଲାବନ୍ଦ ୧୨ତାରିଖ ରାତି ୯ଟାରେ ଓଡ଼ିଶାର ୭୦ଜଣ ଶ୍ରମିକ ଏକ କଣ୍ଟେନାର ଯୋଗେ ଫେରିଥିଲେ। ବାଟରେ ସ୍ଥାନେ ସ୍ଥାନେ ବଦାନ୍ୟ ବ୍ୟକ୍ତିଙ୍କ ପକ୍ଷରୁ ବଣ୍ଟନ ହେଉଥିବା ଖାଦ୍ୟ ଖାଇ ଗୁରୁବାର ସକାଳେ ଓଡ଼ିଶା ସୀମାରେ ପ୍ରବେଶ କରିଥିଲେ। ବ୍ରହ୍ମପୁରର ଏକ ଜଳଖିଆ ଦୋକାନରେ ସମସ୍ତେ ୫୦-୫୦ଟଙ୍କାର ଜଳଖିଆ ଖାଇ ଆସିବା ବାଟରେ କଟକ, ଭଦ୍ରକ ଓ ବାଲେଶ୍ୱର ଜିଲାରେ ଶ୍ରମିକମାନେ ଓହ୍ଲାଇ ଓହ୍ଲାଇ ମୟୂରଭଞ୍ଜ ଜିଲା ସୀମା କଳମା ପହଞ୍ଚିବା ବେଳକୁ ୨୯ଜଣ ଶ୍ରମିକ ରହିଥିଲେ। କଣ୍ଟେନାରଟି ସେଠାରୁ ଆଗକୁ ନଆସି ସମସ୍ତଙ୍କୁ ଓହ୍ଲାଇ ଫେରିଯାଇଥିଲା। ଫଳରେ ସମସ୍ତେ ଚାଲିଚାଲି ଟଲଗେଟ ଠାରେ ଥିବା ମୟୂରଭଞ୍ଜ ପୁଲିସ୍‍ ପ୍ରବେଶ ଶିବିରରେ ପହଞ୍ଚି ଉପରୋକ୍ତ ନିବେଦନ କରିଥିଲେ। ଅନ୍ୟ ମାନଙ୍କ ପରି ବାଟକାଟି ଲୁଚିଲୁଚି ନଯାଇ ପୁଲିସ ପାଖରେ ଜଣାଇଥିବାରୁ ବୈଶିଙ୍ଗା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ସମସ୍ତ ଶ୍ରମିକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ। ତା’ପରେ ଶ୍ରମିକଙ୍କ ଫୋଟ ଓ ବିବରଣୀ ସଂଗ୍ରହ ସହିତ ସମ୍ପୃକ୍ତ ବିଡ଼ିଓଙ୍କ ଜଣାଇବା ପରେ ବ୍ଲକ ମାନଙ୍କରୁ ସ୍ୱତନ୍ତ୍ର ଗାଡ଼ି ଆସି ସେମାନଙ୍କୁ ବ୍ଲକ ଆଇସୋଲେସନ କେନ୍ଦ୍ରରୁ ନେଇଥିଲା। ସେଠାରେ ସାନିଟାଇଜ ପରେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା, ହାତରେ ଷ୍ଟାମ୍ପ ଲଗାଯାଇ ନିଜ ନିଜ ପଞ୍ଚାୟତର କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯାଇଛି। ବଡ଼ସାହି ବ୍ଲକକୁ ଏପରି ୧୮ଜଣ ପ୍ରବାସୀ ଶ୍ରମିକ ଆସିଥିବା ବେଳେ ସମସ୍ତେ ପ୍ରଶାସନ ଓ ପୁଲିସଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ଚେକ ପୋଷ୍ଟ ନିକଟରେ ପ୍ରବାସୀଙ୍କ ପାଇଁ ପାଣି ଓ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିବାକୁ ସେମାନେ ନିବେଦନ କରିଛନ୍ତି। ବଡ଼ସାହି ବିଡ଼ିଓ ଦିଲିପ କୁମାର ମହାରଣାଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ବ୍ଲକକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ୩ହଜାର ୫ଶହରୁ ଊର୍ଦ୍ଧ୍ବ ଶ୍ରମିକ ବହାର ରାଜ୍ୟରେ ଥିବା ବେଳେ ଅଢ଼େଇ ହଜାର ନାମ ପଞ୍ଜିକରଣ କରିଛନ୍ତି। ସେମାନେ ଆସିବା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲାପାଳଙ୍କ ନିର୍ଦେଶ ଅନୁଯାୟୀ ସମସ୍ତଙ୍କୁ ପିକ-ଅପ୍‍ କରାଯାଉଛି। ଯଦିଓ କେହି ପଞ୍ଜିକରଣ କରିନଥିବେ ଆଧାରକାର୍ଡ଼ ଦେଖାଇ ତତକ୍ଷଣାତ ନିଜର ପଞ୍ଜିକରଣ କରିପାରିବେ ବୋଲି ସେ କହିଛନ୍ତି। ମୟୂରଭଞ୍ଜ ଜିଲାରେ ୯ଜଣ ପ୍ରବାସୀ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଗୁରୁବାର ସୁଦ୍ଧା ବଡ଼ସାହି ବ୍ଲକ କରୋନାମୁକ୍ତ ରହିଛି।

- Advertisement -

 

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories